ଖଇରା ରେ ଶୀତ ଉତ୍ସବ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି,
ଖଇରା ( ଦେବାଶିଷ ଦାଶ୍ )
ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ନୟାଖଣ୍ଡି ପଞ୍ଚାୟତ ଆଳଦା ଛକ ଠାରେ ପ୍ରଥମ ଥର ପାଇଁ ଶୀତ ଉତ୍ସବ ହୋଇଯାଇଛି, ଏହି ଶୀତ ଉତ୍ସବକୁ ଆଜି ସନ୍ଧ୍ୟାରେ ଖଇରା ଥାନା ଭାରପ୍ରାପ୍ତ ଅଧିକାରିଣୀ ମୈସୁମୀ ମହାନ୍ତି ଉଦଘାଟନ କରିଥିଲେ, ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ଫୋଟୋରେ ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ,ଖଇରା ସରପଂଚ ମାଳତୀ ସେଠୀ, ସମିତି ସଭ୍ୟା ନର୍ମଦା ଦେ, ଉପସ୍ଥିତ ରହି ଥିଲେ, ଉକ୍ତ ଅନୁଷ୍ଠାନରେ ମଞାସୀନ ଅତିଥି ମାନଙ୍କୁ ଉତ୍ତରୀୟ ବତ୍ସ ପ୍ରଦାନ କରାଯାଇଥିଲା,ଖଇରା ଅଞ୍ଚଳରେ ପ୍ରଥମ ଥରପାଇଁ ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ମେଳା ଓ ମୀନା ବଜାର ଦେଖିବାକୁ ମିଳିଥିଲା, ଖଇରା ବ୍ଲକ ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ବ୍କକର ସଂଗଠନର ସମାଜସେବୀ ସାହାଯ୍ୟ କରିଥିଲେ, ଏହି ବାଣିଜ୍ୟ ମେଳା ଓ ମୀନା ବଜାର ଦର୍ଶକ ମାନଙ୍କୁ ବହୁ ଆକର୍ଷଣ କରିଥିବା ବେଳେ କୁନିକୁନି ପିଲା ମାନଙ୍କୁ ମନମୁଗ୍ଧ କରିଥିବା ବହୁ ଦେଖଣାହାରୀ ମତବ୍ୟକ୍ତ କରିଥିଲେ, ଏହି ବାଣିଜ୍ୟ ମେଳା ଓ ମୀନା ବଜାର ପ୍ରାୟ ୧୦ ଦିନ ଚାଲିବ, ଏଥି ସହ କଟକ ରୁ ବିଭିନ୍ନ ସହରରୁ ମେଲୋଡି କଳାକାରମାନଙ୍କୁ ନେଇ ଦର୍ଶକଙ୍କୁ ଆକର୍ଷିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି,