April 20, 2025

ତଥ୍ୟ ଦେବାରେ କୁନ୍ତୁ କୁନ୍ତୁ ହେଉଛନ୍ତି ବ୍ଲକ ଅଧିକାରୀ ..

Share

 

 

ଗରିବ କଲ୍ୟାଣ,ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ଶସକ୍ତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରାକାର।ହେଲେ ବାସ୍ତବରେ କ୍ଷେତ୍ର ସ୍ଥଳରେ ସେ ସବୁ ଟଙ୍କା ଉପଯୁକ୍ତ କାମରେ ଲାଗିପାରୁଛି କି ? ସରକାର ବିନିଯୋଗ କରିଥିବା ଯୋଜନାର ଅର୍ଥ ସଠିକ ଭାବେ ଖର୍ଚ୍ଚ କରାଯାଇଛି ?

ସରକାରଙ୍କ ମୂଳ ଲକ୍ଷ୍ୟ ଓ ଉଦେଶ୍ୟ କେତେ ପୂରଣ ହୋଇପାରିଛି ।ସେସବୁ ସର୍ବସାଧାରଣଙ୍କୁ ଜଣାଇବା ପାଇଁ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି।

ସରକାରୀ ଯୋଜନା ମାଧ୍ୟମରେ ଉନ୍ନୟନ ନାଆରେ ଆସୁଥିବା ସରକାରି ଅର୍ଥକୁ ସଠିକ ନିୟମ ପାଳନ ନ କରି କାମ କରାଯାଇ ବାଟ ମାରଣା କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହେଉଛି। ଯୋଜନା ଅର୍ଥ ହରିଲୁଟ୍ କରା

ଯାଇଛି କି।

ଲୋକଙ୍କ ଅଭିଯୋଗ ମିଳିବା ପରେ ସତ୍ୟତା ଜାଣିବା ପାଇଁ ଅଧିକାରୀ ମାନଙ୍କୁ ପଚାରିଲେ ତଥ୍ୟ ଦେଉନାହାନ୍ତି । ଆର ଟି ଆଇ ରେ ତଥ୍ୟ ମାଗିବାକୁ କହୁଛନ୍ତି । ଆର ଟି ଆଇ ରେ ତଥ୍ୟ ମାଗିଲେ ନାଲି ଆଖି ଦେଖାଇ ଚୁପ୍ କରିବାକୁ ଉଦ୍ୟମ କରୁଛନ୍ତି ।

ଏଭଳି ଘଟଣା ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକରେ ଦେଖିବାକୁ ମିଳୁଛି। ବ୍ଲକ କୁ ଯାଇ ଜାଣିବା ସକାଶେ ପଚାରିଲେ କହି ତଥ୍ୟ ଦେଉ ନାହାନ୍ତି ।

ଦିନ ଗଡ଼ାଇ ଚାଲିଛନ୍ତି। ସୂଚନା ମାଗିଥିବା ବ୍ୟକ୍ତିଙ୍କୁ ନ ମାଗିବା ସକାଶେ ଚାପ ସୃଷ୍ଟି କରୁଛନ୍ତି

କର୍ମଚାରୀ ମାନେ । ବ୍ଲକ ରେ

ଅନେକ ଅନିୟମିତତା ଘଟିଥିବାର ସୂଚନା ଆମେ ପାଇଥିଲୁ।ଏହି ସବୁ ବିଷୟରେ ପଦ୍ମପୁର ବିଜେପି ଯୁବନେତା ନଚିକେତା ସାହୁ ଅଧିକାରିଙ୍କ ସହ ସାକ୍ଷାତ କରି ଏ ସବୁ ବିଷୟରେ ପଚାରି ବୁଝିଥିଲେ

ଦେବୀ ସୂଚନା ଆଇନ ମାଧ୍ୟମରେ ଆବେଦନ କଲେ ତଥ୍ୟ ଦିଆଯିବ କହୁଛନ୍ତି । ଆବେଦନ କରିବା ପରେ କୌଣସି ତଥ୍ୟ ଦେଉ ନାହାନ୍ତି ।

୨୦୨୪ ନଭେମ୍ବର ୫ ତାରିଖରେ ଆର ଟି ଆଇ ମାଧ୍ୟମରେ ତଥ୍ୟ ମାଗିଥିଲୁ।ପରବର୍ତି ସମୟରେ ବ୍ଲକ ପ୍ରଶାସନ ତଥ୍ୟ ନଦେବା ଉଧେଷ୍ୟରେ ବହୁ ପ୍ରକାର ବାହାନା ଦେଖେଇ ଥିଲେ।ଏହା ପରେ ଡ଼ିସେମ୍ବର ୧୩ ତାରିଖରେ ବ୍ଲକ ପ୍ରଶାସନ ତରଫରୁ ଆର ଟି ଆଇ ନୋଟିସ ଆସିଥିଲା । ହେଲେ ଏବେ ବ୍ଲକ ପ୍ରସାସନ ତଥ୍ୟ ଦେବାରେ କାହିଁକି ପଛ ଘୁଞ୍ଚା ଦେଉଛନ୍ତି ।

ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଯୋର ଧରିଛି ।

ଏ ଭିତରେ କଣ ରହସ୍ୟ ରହିଛି ?

 

ଗୌର ଚନ୍ଦ୍ର ସାହୁ

ପଦ୍ମପୁର ରିପୋର୍ଟର