June 12, 2025

“ସଡ଼କ ସୁରକ୍ଷା ଜୀବନ ରକ୍ଷା” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20241214-WA0050
Share

ବାଲେଶ୍ୱର (ଶେଖ ନଜିମ୍): ସିଟିଜେନ୍‌ସ ହ୍ୟୁମାନ୍ ରାଇଟ୍‌ସ୍ କ୍ଲିନିକ୍ ଓଡ଼ିଶାର ବାଲେଶ୍ଵର ଶାଖା ତରଫରୁ ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ବାଲେଶ୍ବର ପୋଲିସ୍ ଲାଇନ ଛକ ସ୍ଥିତ ଶାଖାର ମୁଖ୍ୟ ଆଇନଜୀବି ପ୍ରତାପ କେଶରୀ ଦାସଙ୍କ ଆବାହକତ୍ଵରେ ଏକ “ସଡ଼କ ସୁରକ୍ଷା ଜୀବନ ରକ୍ଷା’” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ‌ଘାଟନ କରିବା ସହିତ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିମୟ ମାନି ଗାଡ଼ି ଚଳାଇବା ପାଇଁ ଜନସାଧାରଣଙ୍କ ନିମନ୍ତେ ବାର୍ତ୍ତା ରଖିଥିଲେ। ସଂଗଠନର ରାଜ୍ୟ ସଭାପତି ଗୋପବନ୍ଧୁ ମଲ୍ଲିକ, ପ୍ରାକ୍ତନ ଓଡ଼ିଶା ପୋଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ, ପ୍ରଫେସର ରଶ୍ମି ରାଉଳ, ପ୍ରଫେସର ଜୟକୃଷ୍ଣ ମହନ୍ତ, ଶିଳ୍ପଦ୍ୟୋଗୀ ନୃସିଂହ ଚରଣ ନନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଡ଼ିଚାଳକ ମାନଙ୍କ ପାଇଁ ନିଜର ସଚେତନତା ବାର୍ତ୍ତା ଦେବା ସହିତ ବର୍ତ୍ତମାନର ସନ୍ତୁଳିତ ପରିବେଶ ପ୍ରତି ସଜାଗ ହେବା ପାଇଁ ଜନସାଧାରଣଙ୍କ ପ୍ରତି ଅନୁରୋଧର ବାର୍ତ୍ତା ରଖିଥିଲେ । ଏହି ପରିପ୍ରେକ୍ଷୀରେ ସଂଗଠନର ସମସ୍ତ ସଦସ୍ୟ ଓ ଶତାଧିକ ଛାତ୍ରଛାତ୍ରୀ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ପୋଲିସ୍ ଲାଇନ୍ ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳ ଠାରୁ ବାହାରି ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ ଫାଣ୍ଡି ଛକ ପର୍ଯ୍ୟନ୍ତ “ସଡ଼କ ସୁରକ୍ଷା ଜୀବନ ରକ୍ଷା”ର ବିଭିନ୍ନ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ସଚେତନ କରାଇବା ସହିତ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଆସୁଥିବା ଚାଳକମାନଙ୍କୁ ଗୋଲାପ ଫୁଲ୍ ଦେଇ ଦୁର୍ଘଟଣା ଓ ଜୀବନ ପ୍ରତି ବିପଦ ଥିବା ବିଷୟରେ ସଚେତନ କରାଇଥିଲେ ଓ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ଯୁବ ବିଭାଗ ସମ୍ପାଦକ ବିଶ୍ଵକେଶନ ବେହେରା, ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ସେକ୍ରେଟାରୀ, ଶେଖ ମୁକ୍ତାରଉଦ୍ଦିନ, ଉପଦେଷ୍ଟା ସାଧୁଚରଣ ମଲ୍ଲିକ, ପ୍ରଫେସର ପ୍ରଫୁଲ୍ଲ କୁମାର ସେଠୀ, କମ୍ଭୁ ମଲ୍ଲିକ, ପ୍ରମୋଦ କୁମାର ପଟ୍ଟାୟତ, ଇଞ୍ଜିନିୟର ବିଜୟ କୁମାର ସେଠୀଙ୍କ ସମେତ କର୍ମକର୍ତ୍ତା ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ପରିଚାଳନା ହୋଇଯାଇଛି ।

You may have missed