December 18, 2024

ପୁରୁଣା ବାଲେଶ୍ଵର ସୁରକ୍ଷା ମଞ୍ଚର ଦାବି ହେଲା ପୂରଣ , ଜିଲ୍ଲାପାଳଙ୍କୁ ଜଣାଇଲେ ଧନ୍ୟବାଦ

Share

 

ବାଲେଶ୍ଵର(ଶେଖ ନଜିମ୍): ପୁରୁଣା ବାଲେଶ୍ବର ସୁରକ୍ଷା ମଞ୍ଚ ଜଣାଇଲା ବାଲେଶ୍ୱର ଜିଲ୍ଲାପାଳଙ୍କୁ ଧନ୍ୟବାଦ। ସୂଚନା ଅନୁସାରେ ପୁରୁଣା ବାଲେଶ୍ବରରେ ପୂର୍ବରୁ ଏକ ଏମ୍ ସି ସି କନ୍ସଟ୍ରକସନ୍ ଥିବା ସତ୍ତ୍ୱେ ପୁନର୍ବାର ଆଉ ଦୁଇଟି ଏମ୍ ଆର୍ ଏଫ୍ କାରଖାନା ହେବାର ପୌରପାଳିକା ତରଫରୁ ଯେଉଁ ନିଷ୍ପତି ନିଆଯାଇଥିଲା । ଯାହାଦ୍ଵାରା ପୁରୁଣାବାଲେଶ୍ଵର ଅଞ୍ଚଳର ପରିବେଶ ଦୂଷିତ ହେବା ସହିତ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେବା ର ଆଶଙ୍କା ସହିତ ଉକ୍ତ ଦୁର୍ଗନ୍ଧ ପରିବେଶରେ ରହିବା ଅସୁରକ୍ଷିତ ହେବାର ଉପଲବ୍ଧି କରି ପୁରୁଣାବାଲେଶ୍ଵର ସୁରକ୍ଷା ମଞ୍ଚ ତରଫରୁ ଗ୍ରାମବାସୀମାନେ ପ୍ରତିବାଦ ଆନ୍ଦୋଳନ କରିବାର ନିଷ୍ପତି ନେଇଥିଲେ । ମାତ୍ର ପୌରପାଳିକା ତରଫରୁ ପରିବେଶକୁ ଅସ୍ୱାସ୍ଥ୍ୟକର କରିବାର କୌଣସି କାରଖାନା ହେବ ନାହିଁ ଏବଂ ଉକ୍ତ ଅଞ୍ଚଳରେ କେବଳ ପ୍ଲାଷ୍ଟିକ, କାଚ ଓ ଇଲେକ୍‌ଟ୍ରନିକ୍‌ ବ୍ୟର୍ଜ ପଦାର୍ଥ ଷ୍ଟୋକ୍ ୟାର୍ଡ ତିଆରି ହେବ ଓ ପାର୍କି ଓ ଚାର୍ଜିଙ୍ଗ ସ୍ଥଳ ହେବ ବୋଲି ପୌରପାଳିକା ଗାଡ଼ି ଦ୍ୱାରା ପ୍ରଚାରିତ ହେବା ପରେ ଗ୍ରାମବାସୀ ଆଶ୍ୱସ୍ତି ପାଇଥିଲେ। ଏନେଇ ଆଜି ପୁରୁଣା ବାଲେଶ୍ଵର ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲା ପ୍ରସାଶନକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଭବିଷ୍ୟତରେ ଉକ୍ତ ଅଞ୍ଚଳରେ ପରିବେଶକୁ ପ୍ରଦୂଷିତ କିମ୍ବା ଅସ୍ୱାସ୍ଥ୍ୟକର ହେବା ଭଳି କୌଣସି ଏମ୍ ଆର୍ ଏଫ୍ କିମ୍ବା ଏମ୍ ସି ସି ଭଳି କୌଣସି କାରଖାନା କରା ନଯାଉ ବୋଲି ସେମାନେ ନିବେଦନ କରିଛନ୍ତି। ଭବିଷ୍ୟତରେ ଯଦି ଉକ୍ତ ଅଞ୍ଚଳରେ ପୁନର୍ବାର ଏମ୍ ଆର୍ ଏଫ୍ କିମ୍ବା ଏମ୍ ସି ସି ଭଳି କୌଣସି କାରଖାନା କରାଯାଏ ତେବେ ଆନ୍ଦୋଳନ କରିବାର ନିଷ୍ପତି ନିଆଯିବ ବୋଲି ପୁରୁଣା ବାଲେଶ୍ଵର ସୁରକ୍ଷା ମଞ୍ଚ ର କର୍ମକର୍ତ୍ତା ତଥା ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଚିତ୍ତରଞ୍ଜନ ନାୟକ, ଅଜିତ ମିଶ୍ର, ଦିଲ୍ଲିପ କୁମାର ତୋରେଇ, ସୁମନ୍ତ ପଣ୍ଡା,ବିଶ୍ଵନାଥ ନାୟକ,ବସନ୍ତ କୁମାର ନାୟକ, କାର୍ତ୍ତିକ ମାଝୀ, ଦିଲ୍ଲିପ କୁମାର ସେନ୍, ଜାନକୀ ମହାନ୍ତ ପ୍ରମୁଖ ଙ୍କ ସମେତ ବୋହୂ ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।