April 20, 2025

ପଦ୍ମଶ୍ରୀ ଶିବାନନ୍ଦଙ୍କ ଉଦ୍ଦେଶ୍ୟ ରେ ରକ୍ତଦାନ ଶିବିର 

Share

ଏହି ପୃଥିବୀକୁ ତିନି ଦଶନ୍ଧି ଧରି ସତ୍ ମାର୍ଗଦର୍ଶନ ଦେଇଥିବା ୧୨୯ବର୍ଷିୟ ସନ୍ଥ ଶିବାନନ୍ଦଙ୍କ ପୁରୀ ଆଗମନ ଉଦ୍ଦେଶ୍ୟ ରେ, ମହୋଦଧି ମହୋଦଧି କ୍ଲବ, ଓଡ଼ିଶା ବେକରୀ ଓ ସମର୍ପଣ ର ମିଳିତ ସହଯୋଗ ରେ ପୁରୀ ୱାଟର ୱକର୍ସ ରୋଡ ରେ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ଭୁବନେଶ୍ୱର ର ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ରକ୍ତ ସଂଗ୍ରହ ଭ୍ୟାନ ରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିର କୁ ସନ୍ଥ ଶିବାନନ୍ଦ ଉଦଘାଟନ କରିଥିବା ବେଳେ,ଶତକ ରକ୍ତଦାତା ଵଦ୍ରି ମିଶ୍ର, ଆର୍ଯ୍ୟକାନ୍ତ ପଟ୍ଟନାୟକ, ଡକ୍ଟର ଅଭିମନ୍ୟୁ ଭୂୟାଁ, ସମାଜସେବୀ ମାନସ ଲେଙ୍କା ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ଝିମିଲି ପଟ୍ଟନାୟକ, ସଂପାଦିକା ଜୟନ୍ତୀ ମହାପାତ୍ର, ପ୍ୟାରୀମୋହନ ପ୍ରଧାନ, ହରପ୍ରସାଦ ମିଶ୍ର, ରଣଜିତ୍ ଲେଙ୍କା,ଵିସ୍ମିତା ମହାନ୍ତି, ସୌମ୍ୟରଞ୍ଜନ ପାତ୍ର, ଅରବିନ୍ଦ ଶତପଥୀ,ସାଗରିକା ରଥ,ଶିବ ସେନାପତି ଏହି ଶିବିର କୁ ପରିଚାଳନା କରିଥିବା ବେଳେ, ରେଡକ୍ରସ ଭୁବନେଶ୍ୱର ର ଡାକ୍ତର ପ୍ରଦୀପ କୁମାର ମହାରଣା,ଗୁଲସନ କୁମାର ଦାସ,ପ୍ରତାପ ଜେନା ପ୍ରମୁଖ ରକ୍ତଦାନ ଶିବିର ସଞ୍ଚାଳନ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ