ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଜମନକିରା, ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ଭୋଜପୁର ଆଞ୍ଚଳିକ ସାଧନ କେନ୍ଦ୍ର କର୍ମୀ ସୁଧାଂଶୁ ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସୁପ୍ରଭା ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉଦ୍ଘାଟନ ସଭାରେ ଶିକ୍ଷକ ଚତୁର୍ଭୁଜ ସାହୁ ପୌରହିତ୍ୟ କରିଥିଲେ । ଖେଳ ଶିକ୍ଷୟିତ୍ରୀ, ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବିଦ୍ୟାର୍ଥୀ ମାନଙ୍କଦ୍ବାରା ମଶାଲ ଶୋଭାଯାତ୍ରାରେ ଆଣି ଅଗ୍ନି ସଂଯୋଗ କରିଥିଲେ । ସିଆରସିସି ଶ୍ରୀଯୁକ୍ତ ନାୟକ ବିଦ୍ୟାର୍ଥୀ ମାନଙ୍କୁ ସମ୍ବୋଧିତ କରି ଖେଳକୁଦ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ନବମ ଶ୍ରେଣୀର ଭଉଣୀ ସୁସ୍ମିତା ରଣା କ୍ରୀଡା ସଦଭାବନା ବଜାୟ ରଖିବାକୁ ଶପଥପାଠ କରାଇଥିଲେ । ଏଥିରେ କନିଷ୍ଠ, ମଧ୍ୟମ ଏବଂ ବରିଷ୍ଠ ବିଭାଗର ଚବିଶିଟି ଇଭେଣ୍ଟରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ , ଚତୁର୍ଭୁଜ ସାହୁ, ମୋନାଲିସା ମିଶ୍ର, ମମତା ଝାଙ୍କର , ଜୁଲିରାଣୀ ବାଘ, ସୁମିତ୍ରା କିସପତା ଏବଂ ଚାରୁଲତା ମାଝୀ ପ୍ରଭୃତି ବିଭିନ୍ନ ପ୍ରତିଯୋଗୀଙ୍କୁ ନେଇ ଖେଳକୁଦ କରାଇଥିଲେ । ଅପରାହ୍ନରେ କ୍ରୀଡ଼ା ଉଦଯାପିତ ହୋଇଥିଲା । ସର୍ବମୋଟ ୭୨ଜଣ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଏବଂ ମେଡାଲ ପ୍ରଦାନ କରା ଯାଇଥିଲା । ଶ୍ରେଷ୍ଠ କୃତି ସ୍ବେଚ୍ଛାସେବୀ ଭାବରେ ଦଶମ ଶ୍ରେଣୀର ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ଅକ୍ଷୟ ନାୟକ, ବିଦ୍ୟାଳୟ ସଭାପତି ସୁଗ୍ରୀବ ମାଝୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ମହାନ୍ତି ଅତିଥି ଭାବରେ କ୍ରୀଡା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅତୁଲ୍ୟ ସାହୁ, ଆଲୋକ ନାୟକ, ଊପାସାନା ସ୍ବାଇଁ ଓ ତିଳୋତ୍ତମା ମହାପାତ୍ର ଭୋଜନ ଦାୟିତ୍ୱ ନିର୍ବାହ କରିଥିଲେ ।