December 18, 2024

ଗୁରୁକୁଳ ପ୍ରୋଜେକ୍ଟ ରେ କ୍ଷତିଗ୍ରସ୍ତ ଙ୍କୁ ଥଇଥାନ କ୍ଷତିପୂରଣ 

Share

ରୀ ରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ପାଖରେ ସ୍ଥାୟୀ ବାସଗୃହ ପଟ୍ଟା ନାହିଁ। ମନ୍ଦିର, ମ୍ୟୁନିସିପାଲଟିଜମି କୁ ଆଳ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ସରକାର୍। 2015ମସିହା ସୁପ୍ରିମ କୋର୍ଟ ସିଦ୍ଧ ମଠ କେସ ରେ କହିଲେ ଯେ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ଜଗନ୍ନାଥ ମନ୍ଦିର ପାଇଁ ପ୍ରଯୁଜ୍ୟ ନୁହେଁ ଓ ମନ୍ଦିର ଜମି ରାଜ୍ୟ ସରକାରଙ୍କ ପାଖରେ ଭେଷ୍ଟ ହୋଇନି ସୁତରାଂ ଜଗନ୍ନାଥ୍ ମନ୍ଦୀର ଜମିଦାର ତାଙ୍କ ଅଧୀନ ରେ ପ୍ରଜା ମାନେ ରହିବେ ଖଜଣା ଦେଇ ପ୍ରଜା ସତ୍ବ ପାଇବେ। ତେବେ ମନ୍ଦୀର ଲୋକଙ୍କୁ ପଟ୍ଟା କାହିଁକି ଦେଉନି. ସେଇଭଳି ମ୍ୟୁନିସିପାଲଟି ଜମି ରେ ବାସ କରୁଥିବା ଲୋକଙ୍କୁ ନା ଲିଜ ନବୀ କରଣ କରୁଛନ୍ତି ନା ପଟ୍ଟା ଦେଉଛନ୍ତି। ପୁରି ର ଜମି ସମସ୍ୟା ସମାଧାନ ମଞ୍ଚ ଏଥି ପାଇଁ ଉଦବେଗ ପ୍ରକାଶ କରିଛି।

ମାଟି ତୋଟା ଗୁରୁ କୁଳ ପ୍ରକଳ୍ପ ପାଇଁ ମନ୍ଦିର ଓ ମ୍ୟୁନିସିପାଲଟି ଜମି ରେ ବାସ କରୁଥିବା ଶତାଧିକ ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ଓଡ଼ିଶା ପ୍ରିଭେନସନ୍ ଅଫ ଲ୍ୟାଣ୍ଡ ଏନକ୍ରୋଚ ମେଣ୍ଟ ଆକ୍ଟ ରେ ତହସିଲଦାର ନୋଟିସ କରିବା ବେଆଇନ ଓ ଅବୈଧ। ଏହାକୁ ବିରୋଧ କରି କ୍ଷତି ଗ୍ରସ୍ତ ଙ୍କୁ ଥଇଥାନ ଓ କ୍ଷତି ପୂରଣ ସହ ଅବଶିଷ୍ଟ ଜମି ର ପଟ୍ଟା ଦାବୀ ରେ ଜମି ସମସ୍ୟା ସମାଧାନ ମଞ୍ଚ ଡାକରା ରେ ଆଜି 13.12.24    ଦିବା 10ଘଟିକା ରୁ ମାଟି ତୋଟା ରୁ ଶତାଧିକକ୍ଷତିଗ୍ରସ୍ତ ଲୋକଙ୍କ  ପଟୁଆର ବାହାରି ଦିବା 11.30ଘଟିକା ରେ ଜିଲ୍ଲା ପାଳ ଅଫିସ୍ ରେ ବିକ୍ଷୋଭ ସହ ଦାବୀ ପତ୍ର ଦିଆଯାଇଛି. ଜମି ସମସ୍ୟା ସମାଧାନ ମଞ୍ଚ ସଭାପତି ଶରତ କୁମାର ରାୟଗୁରୁ କହିଲେ ଯେ ମନ୍ଦିର ଜମି ଓ ମ୍ୟୁନିସିପାଲଟି ଜମି ରେ ବାସ କରୁଥିବା ବାସ ହିନ ଓ ଭୂମିହୀନ  ଙ୍କୁ ତହସିଲଦାର OPLE ACT ଧାରା 7(2)ମତେ ତଦନ୍ତ କରି ସେମାନଙ୍କୁ ସ୍ଥାୟୀ ପଟ୍ଟା ଦେବେ , ସେଟଲ କରିବେ।OPLE ACT ରେ ନୋଟିସ ଦେଇ ଉଚ୍ଛେଦ କରିପାରିବେ ନାହିଁ। ଯଦି ସରକାର୍ ଙ୍କ ପ୍ରୋଜେକ୍ଟ ପାଇଁ ଜମି ଦରକାର ତେବେ ଥଇଥାନ କରି କ୍ଷତିପୂରଣ ଦେଇ ଉଚ୍ଛେଦ କରିବେ ଜୋର ଜବରଦସ୍ତ ଉଚ୍ଛେଦ କଲେ ଲୋକେ ଭିଟା ମାଟି ପାଇଁ ଲଢ଼େଇ ଜାରି ରଖିବେ। ପୁରୀ ସହର ଲୋକେ ନିଜ ବାସଗୃହ ପାଇଁ ଏକାଠି ହେବାକୁ ଆହ୍ବାନ ଦେଇ ଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ସୁନିଲ ଖୁଣ୍ଟିଆ, ଭଗବାନ ଶତପଥୀ, ସୁବାସ ଭାରତୀ, ସତ୍ୟ ଭାମା ବେହେରା, କାଳିଆ ଦାସ,ଶୁଭମ ଦାସ, ବିକାଶ ଦାସ, ଦୈତାରି ବାରିକ, ପ୍ରମୁଖ ସଭା ପରିଚାଳନାରେ ସହ ଯୋଗ କରିଥିଲେ, ଦାବୀ ପତ୍ର ଅତିରିକ୍ତ ଜିଲ୍ଲା ପାଳ ଗ୍ରହଣ କରି ଆସନ୍ତା 17.12.24ରିଖ ଦୁଇଟି ଟିମ୍ ତଦନ୍ତ କରିବା କୂ ନିର୍ଦ୍ଦେଶ ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l