ପୁଣି ରେକର୍ଡ କଲା ପାରାଦୀପ ବନ୍ଦର ନଂମ୍ବର ୧..
ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର କରିଛି ରେକର୍ଡ। ପାରାଦ୍ଵିପ ବନ୍ଦର ଲଗାତର ଭାବେ ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କରିଛି । ତେବେ ଗତବର୍ଷ ତୁଳନାରେ ୪ ମିଲିୟନ ମେଟ୍ରିକ୍ ଟନ୍ ଅଧିକ ପଣ୍ୟ କାରବାର କରିବା ସହିତ ୯ ଦିନ ପୂର୍ବରୁ ୧୦୦ ଏମଏମଟି ଅତିକ୍ରମ କରିଛି ବନ୍ଦର।ଚଳିତ ଆର୍ଥିକ ବର୍ଷରେ ୧୫୦ ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବା ଲକ୍ଷ୍ୟ ରହିଥିବା ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଗତ ଆର୍ଥିକ ବର୍ଷରେ ୧୪୫.୩୮ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଥିଲା ବନ୍ଦର। ଗତବର୍ଷ ଠାରୁ ପାରାଦ୍ଵୀପ ବନ୍ଦର କାଣ୍ଡଲା ପୋର୍ଟ କୁ ପଛରେ ପକାଇ ୧ ନମ୍ବର ମେଜର ପୋର୍ଟର ମାନ୍ୟତା ହାସଲ କରିଛି। ଏନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ୍ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ସର୍ବାନ୍ଦ ସୋନୋଓ୍ବାଲ୍ ଙ୍କ ମାର୍ଗଦର୍ଶନ ରେ ପାରାଦୀପ ବନ୍ଦର ଏହି ରେକର୍ଡ ଅତିରିକ୍ତ କରିବାରେ ସକ୍ଷମ ହୋଇଛି। ଏହି ସଫଳତା ପାଇଁ ବନ୍ଦର ଅଧିକାରୀ, କର୍ମଚାରୀ, ବନ୍ଦର ବ୍ୟବହାର କାରୀ,ଷ୍ଟିଭେଡୋର୍ସ,ଏଜେଣ୍ଟ ଓ ଟ୍ରେଡ୍ ୟୁନିୟନ୍ ମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ।
(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )