ଆଜିର ଖବର
ତାରିଖ ୧୫/୦୧/୨୦୨୩
ରବି ବାର ।
୧-ପୁଣି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’: ୪୭ ବର୍ଷ ପରେ ଦର୍ଶକ ଦେଖିବେ ପୂର୍ବ ଚିଲିକାର କାହାଣୀ ।
୨-ପେରୁ ରାଷ୍ଟ୍ରପତି ବୋଲୁଆର୍ଟେଙ୍କ କ୍ଷମତା ଲୋଭ: ହିଂସାରେ ମୃତକଙ୍କ ପାଇଁ କହିଲେ ଦୁଃଖିତ, କିନ୍ତୁ ରୋକଠୋକ ଶୁଣାଇଲେ ଦେବିନି ଇସ୍ତଫା ।
୩-ଋଷ୍ର ଭୀଷଣ କ୍ଷେପଣାସ୍ତ୍ର ମାଡ଼, ବିସ୍ଫୋରଣରେ ଥରିଲା ୟୁକ୍ରେନ ରାଜଧାନୀ କିଭ୍ ।
୪-ମକରମେଳାରେ ପ୍ରବଳ ଗହଳି ପାଇଁ ବାଙ୍କିର ଟି ବ୍ରିଜରେ ଦଳାଚକଟା ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଣନିଶ୍ୱାସି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।
୫-ଟି-ବ୍ରିଜ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ; ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ।
୬-ବାତ୍ୟା ଓ ବର୍ଷା ଯୋଗୁଁ ବେହାଲ କାଲିଫର୍ଣ୍ଣିଆ । ଗଲାଣି ୧୯ଜଣଙ୍କ ଜୀବନ, ୨୪ହଜାର ଲୋକଙ୍କୁ ସ୍ଥାନାନ୍ତର ।
୭-ଶୀତ କାରଣରୁ ଦିଲ୍ଲୀରେ ବଢୁଛି ହାର୍ଟଷ୍ଟ୍ରୋକ, ବ୍ରେନ ଷ୍ଟ୍ରୋକ ସହ ହାଇ ବ୍ଲଡପ୍ରେସର । ୧୫ଦିନ ଭିତରେ ରାଜଧାନୀ ହସପିଟାଲରେ ୯ଗୁଣା ରୋଗୀଙ୍କ ସଂଖ୍ୟା ବୃଦ୍ଧ।
୮-ହେଟସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । କହିଲେ, ଟିଆରପି ପ୍ରତିଯୋଗିତା ଭିତରେ ଟିଭି ଚ୍ୟାନେଲ ଓ ଆଙ୍କର ଭୁଲୁଛନ୍ତି ନିରପେକ୍ଷତା ।
୯-ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି ।
୧୦-ପାକିସ୍ତାନ ସରକାର ଓ ସେନା ବିରୋଧରେ ତେଜୁଛି ବିକ୍ଷୋଭ, ଗିଲଗିଟ୍-ବଲଟିସ୍ତାନକୁ ଭାରତ ମିଶାଇବାକୁ ଉଠିଲା ଦାବି ।
୧୧-ଆଥିଆଙ୍କ ହାତ ଧରିବେ ରାହୁଲ; ଜାନୁଆରୀ ୨୩ରେ ବିବାହ ନେଇ ଚର୍ଚ୍ଚା ଜୋର୍, ବିସିସିଆଇ ଦେଲା ଛୁଟି ।
୧୨-ବିନା ଏଡିଟ୍ରେ ସେନସରରୁ ପାସ୍ କଲା ‘ଗାନ୍ଧୀ ଗୋଡସେ-ଏକ ଯୁଦ୍ଧ’, ଆଶଙ୍କାରେ ଥିଲେ ନିର୍ଦ୍ଦେଶକ ।
୧୩-ହକି ବିଶ୍ୱକପ୍ ୨୦୨୩ : ଚିଲିକୁ ୩-୧ ଗୋଲ୍ରେ ହରାଇଲା ନ୍ୟୁଜିଲାଣ୍ଡ ।
୧୪-ହକି ବିଶ୍ୱକପ୍ ୨୦୨୩: ଜାପାନକୁ ୩-୦ ଗୋଲ୍ରେ ମାତ୍ ଦେଲା ଜର୍ମାନୀ।
୧୫-କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧରୀ ଆଉ ନାହାନ୍ତି: ଭାରତ ଯୋଡ଼ୋ ଯାତ୍ରା ସମୟରେ ଆସିଲା ହାର୍ଟ ଆଟାକ୍ ।
୧୬-ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି: ଖେଳିପାରନ୍ତି ଅର୍ଶଦୀପ, ୱାସିଂଟନ୍ ସୁନ୍ଦର।
୧୭-ଚୀନ୍ରେ ମାସକରେ ୬୦ ହଜାର କରୋନା ମୃତ୍ୟୁ: ଜାନୁଆରି ଶେଷ ସୁଦ୍ଧା ପୂରା ବେଜିଂ କୋଭିଡ୍ ସଂକ୍ରମିତ ହେବ ।
୧୮-କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଲେଜିୟମ ବ୍ୟବସ୍ଥା ବିରୋଧରେ ପୁଣିଥରେ କଡ଼ା ଟିପ୍ପଣୀ ଦେଇଛନ୍ତି। ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମ ବ୍ୟବସ୍ଥା ବିରୋଧରେ ଲାଇଭ୍-ଲ’ରେ ମତ ରଖି ରିଜିଜୁ କହିଛନ୍ତି, ଯଦି ପରବର୍ତ୍ତୀ ବିଚାରପତି ବାଛିବାରେ ବିଚାରପତିମାନେ ସାମିଲ ହେବେ ତେବେ ଏହା ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟ ଉପରେ ଅତି ଖରାପ ପ୍ରଭାବ ପକାଇବ।
୧୯-ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ସ୍ପେୟାର’ ପ୍ରକାଶ ପାଇବାର ପ୍ରଥମ ଦିନରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ରେକର୍ଡ ୧୪.୩ ଲକ୍ଷ କପି ବିକ୍ରି ହୋଇଛି।
୨୦-ଦିଲ୍ଲୀ-ଏନସିଆର୍ରେ ଶୀତ ଲହର; ତାପମାତ୍ରା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ସମ୍ଭାବନା, ୩ଡିଗ୍ରୀ ପହଞ୍ଚିବ କହିଲା ଆଇଏମଡି ।
୨୧-Women U19 WC 2023: ଶେଫାଳୀ-ଶ୍ୱେତାଙ୍କ ଧୁଆଁଧାର ବ୍ୟାଟିଂ, ବିଜୟରୁ ଆରମ୍ଭ କଲା ଭାରତ ।
ସୁପ୍ରଭାତ ,ଶୁଭ ସକାଳ