ରାୟଗଡା ହିନ୍ଦୁ ସମାଜ ପକ୍ଷରୁ ବଙ୍ଗଳାଦେଶ ବିରୋଧରେ ବିଶାଳ ପ୍ରତିବାଦ ସଭା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ
କୋଲନରା : ହିନ୍ଦୁ ସମାଜ ରାୟଗଡା ନେତୃତ୍ୱରେ ରାୟଗଡା ନଗରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି | ହିନ୍ଦୁ ସମାଜ ରାୟଗଡାର କହିବା ଅନୁସାରେ,ପଡୋଶୀ ବଙ୍ଗଳାଦେଶରେ ସତ୍ତା ପରିବର୍ତ୍ତନର ଆଳରେ ସେଠାକାର ଅଳ୍ପ ସଂଖ୍ୟକ ହିନ୍ଦୁ ସମାଜ ଉପରେ ନାନାଦି ଅକଥନୀୟ ନିର୍ଯ୍ୟାତନା, ପ୍ରତାରଣା ଓ ଉତ୍ପୀଡ଼ନ କରାଯାଉଛି । ବିଶେଷ ଭାବରେ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଓ ଗଣଦୁଷ୍କର୍ମର ଖବର ବାରମ୍ବାର ଆସୁଅଛି । ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ଲୁଟ କରିବା ସହ ହିନ୍ଦୁଙ୍କ ବ୍ୟବସାୟ ବନ୍ଦ କରାଯାଉଛି, ସରକାରୀ ଚାକିରୀ ପଦପଦବୀରୁ ଛାଡିବାକୁ ବାଧ୍ଯ କରାଯାଉଛି ଓ ତାଙ୍କ ସମ୍ପତ୍ତି ଉପରେ କବଜା କରାଯାଉଛି । ଭାରତୀୟ ନିବେଶକ ଉଦ୍ୟୋଗୀମାନଙ୍କୁ ବାଧ୍ୟହୋଇ ବଙ୍ଗଳାଦେଶରୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡୁଛି । ସେଠାରେ ସରକାର ଓ ସରକାରୀ ତନ୍ତ୍ର ପ୍ରତୀୟମାନ ହେଉନାହିଁ । ଏପରି ଭୀଷଣ ବିପରୀତ ପରିସ୍ଥିତିରେ ନିଜର ଆତ୍ମରକ୍ଷା ପାଇଁ ସେଠାକାର ଅଳ୍ପସଂଖ୍ୟକ ହିନ୍ଦୁ ସମାଜ ନିଜକୁ ଏକତ୍ରିତ କରିବାର ପ୍ରୟାସ କରି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାରେ ନିଜର ପ୍ରତିବାଦ ଜଣାଇଛି ଓ ପ୍ରତିକାର ଦାବି କରିଛି ସମାଜ । ଏପରି ସ୍ଥିତିରେ ବଙ୍ଗଳାଦେଶ ସରକାର ହିନ୍ଦୁ ସମାଜକୁ ସୁରକ୍ଷା ଦେବା ବଦଳରେ ତାଙ୍କର ଉତ୍ପୀଡ଼ନ, ପ୍ରତାରଣା ଓ ଅତ୍ୟାଚାରର ପ୍ରତିବାଦର ସ୍ବର ସାଜିଥିବା ଇସ୍କନ ମନ୍ଦିରର ମୁଖ୍ୟ ପୂଜକ ଚିନ୍ମୟକୃଷ୍ଣ ଦାସ ପ୍ରଭୁଜୀଙ୍କୁ ଜେଲରେ ଦେଶଦ୍ରୋହ ଅପରାଧରେ ରଖିବା, ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଅନ୍ୟାୟ ପଦକ୍ଷେପ ଅଟେ ଯାହା ହିନ୍ଦୁ ସମାଜ ଆଜି କହିଛନ୍ତି । ସମାଜ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାୟଗଡା ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି । ହିନ୍ଦୁ ସମାଜ ରାୟଗଡାର ସଂଯୋଜକ ସୁଧୀର ମିଶ୍ରଙ୍କ ନେତୃତ୍ୱରେ ଶ୍ରୀ ଯୋଗିଶ୍ରୀ ଚୈତ୍ୟନ୍ୟ ରାମଜୀ ସ୍ୱାମୀଙ୍କ ମାର୍ଗଦର୍ଶନରେ ଏହି ପଦଯାତ୍ରା ଅନୁଷ୍ଠିତ ହେଇସାରିଛି | ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ବରିଷ୍ଟ ପ୍ରଚାରକ ଦୀପକ ରାଉତ,ପ୍ରଚାରକ ଚକ୍ରଧର ରାଓ, ଶଙ୍କର ପ୍ରଧାନ,ବରିଷ୍ଠ ସାମ୍ବାଦିକ ଡକ୍ଟର ବାଦଲ ତା,ସମାଜସେବୀ ବିଜୟ ମିଶ୍ର,ବରିଷ୍ଠ ଓକିଲ ବ୍ରଜ ସୁନ୍ଦର ନାୟକ, ମାରୱାରି ସମାଜର ମାନକ ଜୈନ, ଓ୍ଵାକର୍ସ କ୍ଲବର ଅଞ୍ଜଳି ପଣ୍ଡା,ଦୀପକ ପୃଷ୍ଟି, କଣ୍ଡ୍ର| ସମାଜର ଲୋକନାଥ ବେହେରା,କଳିଙ୍ଗ ବୈଶ୍ୟ ସଙ୍ଘର କିନ୍ତାଲି ଅମର ନାଥ, ଗାୟତ୍ରୀ ପରିବାରର ନାରାୟଣ କଣ୍ଡାଗିରି, ଦଧି ବାମନ ମନ୍ଦିର କମିଟି ସଭାପତି ଜଗଦୀଶ ପଣ୍ଡା, କାମ୍ପୁ ସମାଜର କାଶୀ ନାଇଡ଼ୁ, ମଙ୍ଗଳା ମନ୍ଦିର କମିଟି ସଭାପତି ରାଜୁ ସାହୁ, ତେଲେଗା ସମାଜର ଡି ଲକ୍ସମନ ରାଓଙ୍କ ସମେତ ଜ଼ିଲ୍ଲାର ଅନେକ ଜାତି ସମାଜ, ହିନ୍ଦୁ ସଂଗଠନ, କଳିଙ୍ଗ ବୈଷ୍ୟ ସଂଘ , ରାୟଗଡ଼ା ବ୍ୟବସାୟୀ ସଂଘ , ରାୟଗଡ଼ା ର ବିଭିନ୍ନ ସାମାଜିକ ସଂଗଠନର ପ୍ରମୁଖ କମିଟି ସଦସ୍ୟ ଓ ପ୍ରମୋଦ ମହାନ୍ତି, ଯୋଗେଶ୍ୱର ଦାଶ,ରାମଚନ୍ଦ୍ର ସାହୁ,ପଦ୍ମନାଭ ଦାଶ, ୟାଲା କଣ୍ଡାବାବୁ, ବସନ୍ତ ଉଲ୍ଲାକା , ଏ ଅମରନାଥ , ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ହିନ୍ଦୁ ସମାଜର ସଦସ୍ୟ ପ୍ରଭାକର ଦୋରା ଓ ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ୩୫୦୦ ରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ | ରାୟଗଡା ରେଳ ଷ୍ଟେସନରୁ ପଦଯାତ୍ରା ଆରମ୍ଭ ହେଇ ବ୍ଲକ ଅଫିସ ଛକ ଦେଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି | ସମାଜ ପକ୍ଷରୁ ରାୟଗଡ଼ା ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ରଇତଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ | ସହଯୋଗୀ ଭାବେ ଏମ ବିଦ୍ୟା ସାଗର, ଟି ନାଗରାଜୂ, ଅଜୟ ଚୂଲେଟ, ଅଶ୍ୱିନୀ ନାୟକ, ଚିଣ୍ଟୁ ଚୌଧୁରୀ, ଗଣେଶ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ