December 12, 2024

ବାଲି ଘାଟ ବନ୍ଦ ଦାବିରେ ଗଣଧାରଣା, ଜଗତସିଂହପୁର କୁଜଙ୍ଗ ତହସିଲ ଅଧିନରେ ଥିବା ଗୋବର୍ଦ୍ଧନ ପୁର ବାଲି ଘାଟ ବନ୍ଦ ଡାକରା ଦେଇ ଗ୍ରାମର ସମସ୍ତ ଗ୍ରାମବାସୀ ଓ ଶତାଧିକ ମହିଳା ଚାରି ଦିନ ଧରି

Share

          ବାଲି ଘାଟ ବନ୍ଦ ଦାବିରେ ଗଣଧାରଣା, ଜଗତସିଂହପୁର କୁଜଙ୍ଗ ତହସିଲ ଅଧିନରେ ଥିବା ଗୋବର୍ଦ୍ଧନ ପୁର ବାଲି ଘାଟ ବନ୍ଦ ଡାକରା ଦେଇ ଗ୍ରାମର ସମସ୍ତ ଗ୍ରାମବାସୀ ଓ ଶତାଧିକ ମହିଳା ଚାରି ଦିନ ଧରି ଅଖିଆ ଅପିଆ ଗଣଧାରଣାରେ ବସି ରହି ଥିଲେ,ଗତବର୍ଷ ଏହି ବାଲି ଚାଲାଣ କୁ ନେଇ ଗ୍ରାମବାସୀ ମାନେ ଘୋର ବିରୋଧ କରିଥଲେ ହେଲେ କିଛି ଫଳପ୍ରଦ ହୋଇନଥିଲା,ଚଳିତ ବର୍ଷ ଫୁଣି ଦ୍ଵନ୍ଦ ଦେଖାଦେଇଥିଲା 615 ନମ୍ବର ପ୍ଲଟ ନିଲାମ ଗଲା ହେଲେ 613 ନମ୍ବର ପ୍ଲଟ ଖାଲି ହେଲା କେମିତି ଏହାର ଭରଣ ଦବ କିଏ ଏଠି ପ୍ରଶ୍ନ ଉଠୁଛି,ବାଲି ଉଠାଣ କୁ ନେଇ ଲୋକମାନଙ୍କୁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି,ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇକାନଦି ଦକ୍ଷିଣ ପାର୍ଷ ନଦୀବନ୍ଧ କୂଳରେ ଅବସ୍ଥିତ,ଲୋକମାନଙ୍କର ପ୍ରାୟ 100ଏକରରୁ ଊର୍ଦ୍ଧ୍ୱ ଜମି ନଦୀର ଭିତର ଗର୍ଭରେ ଅଛି,80ଭାଗ ଲୋକ ଚାଷ ବାସ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଚଳନ୍ତି,ଗତବର୍ଷ ଲିଜି ନେଇଥିବା ଠିକାଦାରଙ୍କ ମନ ମାନି ବାଲି ଉଠାଣ ଯୋଗୁଁ ନଦୀରେ ଅଧିକ ଘାଇ ଗଭୀରତା ଯୋଗୁ ଅତଡା ଖାଇ କିଛି ପରିବାରର କିଛି ଲୋକଙ୍କ ର ଜୀବନ ଯିବା ସହ ଚାଷଜମି ନଷ୍ଟ ଭ୍ରଷ୍ଟ ହୋଇଯାଇଛି,ପ୍ରଶାସନର ଦୃଷ୍ଟି ଗୋଚର ହେଉନାହିଁ କେମିତି,ଏମିତି ନଦୀ ଖନନ ହବାଦ୍ୱାରା ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀମାନେ ନିଜର ଜୀବିକା ହରାଇ ବଞ୍ଜିବେ କେମିତି,ନିଜର ହକ୍ ଅଧିକାର ପାଇଁ ଆମେ ଆବଶ୍ୟକ ସ୍ଥଳେ ଜୀବନ ଦେବାକୁ ପଛେଈବୁ ନାହିଁ ବୋଲି ନାରା ବାଜି ଦେଇଥିଲେ ଗ୍ରାମବାସୀ, ଜନତାଙ୍କ ଗୁହାରି ଶୁଣିଲା ପରେ କୁଜଙ୍ଗ ଥାନା ଅଧିକାରୀ ଓ ଖଣି ବିଭାଗର ଅଧିକାରୀ ଆସି ଲୋକ ମାନଙ୍କ ସହ ଆଲୋଚନା କରି ବାଲି ଘାଟ ନିଲାମକୁ ରୋକାଗଲା ବୋଲି କହିଥିଲେ,ଗଣ ଧାରଣା ଶାନ୍ତିପୂର୍ଣ୍ଣ ଅବସ୍ଥାକୁ ଆସିଥିଲା,ପ୍ରଶାସନର କାର୍ଯ୍ୟ ତତ୍ପରତାରେ ଲୋକମାନେ ଆସୋସ୍ତି ଲାଭକଲେ,ଦେଖିବାକୁ ବାକି ରହିଲା ଏହାର ସ୍ତାଇ ସମାଧାନ କେବେ ହେଉଛି,ଜଗତସିଂହପୁର କୁଜଙ୍ଗ ରୁ ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ