ନୀଳାଚଳ ନିଖିକୋଟକ ପାଲାଗାୟକ ପରିଷଦ ର ୪୬ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ..
ନୀଳାଚଳ ନିଖିକୋଟକ ପାଲା ଗାୟକ ପରିଷଦର ୪୬ତମ ବାର୍ଷିକ ସମ୍ମିଳନୀ ପୁରୀ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଖଣ୍ଡ ପୁରୀଜିଲ୍ଲା ପରିଷଦ ପୁରୀ, ଖୋର୍ଦ୍ଧା, ନୟାଗଡ ଗାୟକ ଗାୟିକା, ବାଦକ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସଭାପତି ଲକ୍ଷ୍ମୀଧର ଦାସଙ୍କ ଅଧକ୍ଷତା ରେ ସମ୍ପାଦକ ଲମ୍ବୋଦର ବେହେରାଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀ ସାଂସଦ ସମ୍ବିତ ପାତ୍ର, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀଙ୍କ ସହିତ ଅନୁଷ୍ଠାନ ର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରି ଲୋପ ପାଇଯାଉଥିବା ପୁରୁଣା ସଂସ୍କୃତି ପାଲା କିଭଳି ଆଗକୁ ସଂସ୍କୃତିକୁ ବଂଚେଇବା ପାଇଁ ପାଲାକୁ ବଞ୍ଚେଇ ରଖିବାକୁ ପଡିବ ବିସ୍ତୃତ ଆଲୋଚନା କରିଥିଲେ l ସାଂସଦ ସମ୍ବିତ ପାତ୍ର ପୁରୀ ଏବଂ ଖୋର୍ଦ୍ଧାଜିଲ୍ଲାରେ କିଭଳି ପାଲା ସଂସ୍କୃତି ବଞ୍ଚି ରହିବ ଖୋର୍ଦ୍ଧା ଜିଲ୍ଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରି ରାଜ୍ୟ ପାଲା ଗାୟକ ସଂଘ ପାଇଁ ଏକ ପ୍ରେକ୍ଷାଳୟ ସହିତ ଏକ ମଣ୍ଡପ କିଭଳି ଖୁବଶୀଘ୍ର ପ୍ରତିଷ୍ଠା କରାଯିବ ବିସ୍ତୃତ ଆଲୋଚନା କରିଥିଲେ l ପରେପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ କହିଥିଲେ ଯେ ଓଡ଼ିଆ ସଂସ୍କୃତି ରେ ଗୋଟେ ପିଲା ଜନ୍ମହେଲେ ଏକୋଇଶିଆ ଠାରୁ ଜନ୍ମଦିନ ଏପରିକି ଶୋଳପୂଜା ପାଲା ପର୍ଯ୍ୟନ୍ତ ପାଲା ବାଲାଙ୍କ ଆବଶ୍ୟକ ପଡେ ତେଣୁ ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାପାଇଁ ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାଲା ଗାୟକ, ଗାୟିକା, ବାଦକ ଓ ସଂଗୀତ ପରିବେଷଣ କାରି ୫୦୦ରୁ ଉର୍ଦ୍ଧ ଯୋଗଦାନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l