ପରିବା ବଜାରରେ ନିଆଁ,ଯୋଗାଣ ବିଭାଗ ନୀରବ..
ଗୁଣପୁର(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଏବେ ଚଢା ଦରରେ ପନିପରିବା ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ବିକ୍ରି କରାଯାଉଛି । ବିଶେଷ କରି ଆଳୁ, ପିଆଜ, ରସୁଣ ର ଦର ଆକାଶ ଛୁଆଁ ହୋଇଛି । ସେହିଭଳି ଟମାଟୋ, କୋବି, ବାଇଗଣ ,ପୋଟଳ ପ୍ରଭୃତି ର ଦର ମଧ୍ୟ ବହୁ ଉଚ୍ଚାରେ ବଢିଯାଇଛି । ଯାହା ଫଳରେ ସାଧାରଣ ଲୋକଟିଏ ଚଳିବା କଷ୍ଟସାଧ୍ୟ ହୋଇ ପଡିଛି।ସାଧାରଣତଃ ଗୁଣୁପୁର କୁ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ହିଁ ସମସ୍ତ ପ୍ରକାର ପନିପରିବା ଆସୁଥିବା ବେଳେ ଏଠାରେ ପନିପରିବା ଚାଷ ବହୁତ କମ ହୋଇଥାଏ ।ଏଠାରେ ପ୍ରଚୁର ପରିମାଣରେ କପା ଚାଷ କରାଯାଉଥିବା ବେଳେ ଚାଷୀମାନେ ପରିବା ଚାଷ ଉପରେ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି । ତେଣୁ ଲୋକଙ୍କ ଚାହିଦା ମୁତାବକ ଏଠାରେ ପନିପରିବା ଉପଲବ୍ଧ ହୋଇ ପାରିନାହିଁ । ବଜାରରେ ବିଭିନ୍ନ ଦୋକାନ ରେ ଭିନ୍ନ ଭିନ୍ନ ଦର ରହୁଥିବା ବେଳେ ଅତ୍ୟଧିକ ଚଢା ଦରରେ ମଧ୍ୟ ବିକ୍ରି ହେଉଛି । ଯାହା ଫଳରେ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ ବୋଲି କୁହାଯାଉଛି।