December 12, 2024

ନିଖିଳ ଉତ୍କଳ ପାଟରା ସମିତି ର 216 ତମ ସାଧାରଣ ଅଧିବେଶନ ଉଦ୍ଘାଟିତ ।

Share

ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭା ଚଉଦ ଚକଲା ର 216ତମ ସାଧାରଣ ଅଧିବେଶନ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଡୁଡୁଓ୍ଵାଲା ଧର୍ମଶାଳା ବଡ଼ଦାଣ୍ଡ ପୁରୀ ଠାରେ ମହାସମାରୋହ ରେ ଉଦ୍ଘାଟିତ ହୋଇଯାଇଛି ।ଆନୁଷ୍ଠାନିକ ଭାବେ ପ୍ରଥମ ଓ ଦ୍ଵିତୀୟ ମୁନିଵ ଯଥାକ୍ରମେ ଶ୍ରୀ ପ୍ରଫୁଲ୍ଲ ଚଉଧୁରୀ ,ଶ୍ରୀ ଅଜୟ କୁମାର ଚଉଧୁରୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ ।ତୃତୀୟ ମୁନିବ ଭାବେ ଶ୍ରୀ ଦେବାଶିଷ ବେହେରା ଙ୍କୁ ଅଵସ୍ଥାପିତ କରାଯାଇ ଥିଲା ।ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପାତ୍ର ତ୍ରୟବାର୍ଷିକ ବିବରଣୀ ପାଠ କରିଥିବଲେ।ଏହି ଉଦ୍ଘାଟନ ଉତ୍ସବ ରେ ସ୍ମରଣିକା ସଙ୍କର୍ଷଣ ଉନ୍ମୋଚିତ ହୋଇଥିଲା ।ପାଟରା ମଠ ପରିସର ରୁ କୁଳଦେଵତା ଶ୍ରୀ ବଳଭଦ୍ର ଜିୟୁ ଙ୍କ ଆଜ୍ଞାମାଳ ଏକ ବିରାଟ ଶୋଭାଯାତ୍ରା ରେ ଆସି ଶ୍ରୀ ମନ୍ଦିର ପରିକ୍ରମା କରିବା ପରେ ଅଧିବେଶନ ସ୍ଥଳ ରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।ମାତୃଵନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ଦିବଙ୍ଗତ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା ।ଆଜି ଚଉଦ ଗୋଟି ଚକଲାରୁ ତିନିଶହ ରୁ ଊର୍ଦ୍ଧ୍ଵ ପ୍ରତିନିଧି ଯୋଗଦେଇଛନ୍ତି ଏହି ଅଧିବେଶନ ତିନିଧରି ଚାଲିବ । ଉପସଭାପତି ରଵିନ୍ଦ୍ରନାଥ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ କାର୍ଯ୍ୟକାରୀ ସଭାପତି ଶ୍ରୀନାଥ ଖୁଣ୍ଟିଆ ,ଉପସଭାପତି ଆଲୋକ କୁମାର ସାହୁ,ଫଗୁଭୂଷଣ ଦାସ,କୃଷ୍ଣଚନ୍ଦ୍ର ପାତ୍ର ,ସମ୍ପାଦକ ଦିବାକର ସାହୁ ,ଆର୍ତ୍ତତ୍ରାଣ ସାହୁ ଓ ବଲ୍ଲଭ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ମଠ ପରିଚାଳନା କମିଟି ର ଆବାହକ ଶରତ କୁମାର ପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉଦ୍ଘାଟନ ଉତ୍ସବ କୁ ସର୍ବାଙ୍ଗ ସୁନ୍ଦର କରିବାରେ ସହାୟକ ହୋଇଥିଲା ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ