April 20, 2025

ଜିଲ୍ଲା ମଙ୍ଗଳ ଅଧିକାରୀ ରାୟଗଡ଼ା ତରଫରୁ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମସ୍ତ ପ୍ରଧାନ…

Share

       ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଅଦ୍ୟ ତା ୬.୧୨. ୨୦୨୪ ରିଖ ଶୁକ୍ରବାର ଦିନ ଜିଲ୍ଲା ମଙ୍ଗଳ ଅଧିକାରୀ ରାୟଗଡ଼ା ତରଫରୁ ଗୁଣପୁର ଉପଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ମେଟ୍ରୋନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦିବସୀୟ ହଷ୍ଟେଲର ଅନ୍ତେବାସୀଙ୍କ ସୁରକ୍ଷା,ନିରାପତ୍ତା , ସ୍ୱାସ୍ଥ୍ୟ, ପରିମଳ ଓ ପରିଛନ୍ନ ସଚେତନତା କର୍ମଶାଳା” ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱ କ୍ରମେ ଗୁଣପୁର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁଣପୁର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା, ରାୟଗଡ଼ା ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ମମତା ଚୌଧୁରୀ,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁପ୍ତ କୁମାର ଦଳାଇ, ଗୁଣପୁର,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନ୍ନାରୀ ଓ ଜୀବନ କୌଶଳ ଶିକ୍ଷା ନୀରିକ୍ଷକ ଶ୍ରୀ ସୁରେଶ କୁମାର ଲିମ୍ମା , ଗୁଣପୁର ଉପଖଣ୍ଡର ସମସ୍ତ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀମାନେ ସ୍ଵାଗତ ସଂଗୀତଗାନ କରିଥିଲେ।

ବୈଠକର ପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ମହୋଦୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଆଜିର ଶିବିରର ସମସ୍ତେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ଶିବିର ଚ଼ାଲୁ ରହୁଥିବା ସମୟ ରେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପାଟୱାରୀ ମହୋଦୟା ଓ ଗୁଣପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହତା ମହୋଦୟା ଶିବିରରେ ଯୋଗ ଦେଉଥିଲେ। ଜିଲ୍ଲାପାଳ ମହୋଦୟା ଉପସ୍ଥିତ ଶିବିରାର୍ଥୀ ମାନଙ୍କୁୁ ପ୍ରତ୍ୟକ୍ଷ ଭାବେ ନିଜ ବିଦ୍ୟାଳୟ ଓ ଛାତ୍ରାବାସର ସମସ୍ୟା ପଚ଼ାରି ବୁଝିଥିଲେ ଓ ଏହାର ସମାଧାନ କରିବାର ପ୍ରତିଶୃତି ଦେଇଥିଲେ।

ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ବେହେରା ବିଦ୍ୟାଳୟରେ ଯାହା ଆନୁଷଙ୍ଗିକ ସମସ୍ୟା ପ୍ରଧାନ ଶିକ୍ଷକ ମାନେ ଲିଖିତ ଭାବେ ଜଣାଇଲେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ସହକାରୀ ଜିଲ୍ଲା ମେଡ଼ିକାଲ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଦୀର୍ଘ ସମୟ ଧରି ଭିଡ଼ିଓ ଚିତ୍ର ମାଧ୍ୟମରେ ପିଲାମାନଙ୍କ ସ୍ୱାସ୍ଥ୍ୟ,ପରିଷ୍କାର ଓ ପରିଚ୍ଛନ୍ନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଅଶୋକମିଶ୍ର ସ୍ୱାସ୍ଥ୍ୟ କର୍ମଚାରୀ ମ୍ୟାଲେରିଆ ନିରାକରଣ ଓ ମଶାରୀର ବ୍ୟବହାର ବିଷୟରେ ବୁଝାଇଥିଲେ ।ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ

ବିଦ୍ୟାଳୟମାନଙ୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀ ଓ କର୍ମକର୍ତାଙ୍କ ସହ ଉତ୍ତମ ବ୍ୟବହାର ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ସଜାଗ ରହନ୍ତୁ | ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସିଧା ସଳଖ ଭାବେ ଛାତ୍ର ଛାତ୍ରୀଙ୍କ ସହ ଯୋଡ଼ି ହୋଇ ରହନ୍ତୁ ବୋଲି କହିଥିଲେ।

ଶ୍ରୀ ସୁରେଶ ଚନ୍ଦ୍ର ଲିମ୍ମା ମହୋଦୟ ବିଦ୍ୟାଳୟ ଓ ହଷ୍ଟେଲ ପରିଚାଳନାରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମେଟ୍ରୋନ ତଥା ସ୍ଵାସ୍ଥ୍ୟକର୍ମୀଙ୍କ ଭୂମିକା ଓ ଦାୟିତ୍ୱ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ମୂଖ୍ୟତଃ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ (ଇନ୍ କମିଙ୍ଗ୍ ଓ ଆଉଟ୍ ଗୋଇଙ୍ଗ୍ )ରେଜିଷ୍ଟାର ବ୍ୟବହାର, ସୁରକ୍ଷା ଓ ନିରପତ୍ତା , ଉଭୟ ଦଳଗତ ଓ ଏକକ ଭାବେ କାଉନସେଲିଙ୍ଗ ତଥା ସି.ସି.ଟି.ଭି.ର ବ୍ୟବହାର ଉପରେ ଗୁରୁତ୍ବ ଦେଇ କହିଥିଲେ ତଥା ହଷ୍ଟେଲର ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ରଖିବାକୁ, ଉତ୍ତମ ଚିକିତ୍ସା ପାଇଁ ଓ IFA ବଟିକା ବଣ୍ଟନ ବିଷୟରେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନାରୀ ଶୈଶବ ମାତୃତ୍ଵ , ଆତ୍ମହତ୍ୟାର କାରଣ,ହଷ୍ଟେଲର ରକ୍ଷଣା ବେକ୍ଷଣ ରେକର୍ଡ ଲିପିବଦ୍ଧ ଓ ପ୍ରେରଣ ତଥା କର୍ମକର୍ତ୍ତା ବୈଠକର ରେଜୁଲେସନ ଉପରେ ଆଲୋକପାତ କରିଥିଲେ। ଗୁଣପୁର ମଙ୍ଗଳ ସଂପ୍ରସାରଣ ଗଂଗାଧର ବେହେରା , ଶିକ୍ଷକ ଅନନ୍ତ କୁମାର ତ୍ରୀପାଠୀ, ସିଲା ଶ୍ରୀନିବାସ ଓ ମୋହନ କେରି ମେରିକା ସହଯୋଗ କରିଥିଲେ ।ଆଶ୍ରମ ବିଦ୍ୟାଳୟ

କେନ୍ଦୁଗୁଡ଼ା ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଶିବିର ପରିଚାଳନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।