June 7, 2025

ପୁରୀ ମେଡିକାଲ ରେ ଛଟେଇ ବିରୁଦ୍ଧ ରେ CDMO ଅଫିସ ରେ ବିକ୍ଷୋଭ ..

Share

ଡାକ୍ତର ଖାନା ରେ କାର୍ଯ୍ୟରତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର attendant ଓ sweeper ମାନଙ୍କୁ ମାନ୍ୟବର ହାଇ କୋର୍ଟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ବିନା ନୋଟିସ ରେ ଗତ 4.12.24ରିଖ ଛଟେଇ କରିଛନ୍ତି ପୁରୀ CDMO.ଗତ 2006ରୁ ରୋଗୀ ସେବା କରି ଆସୁଥିଲା ବେଳେ 2018ରୁ ବିନା ଦରମା ରେ କାମ କରୁଛନ୍ତି. ମାନ୍ୟବର ହାଇକୋର୍ଟ ଙ୍କWP(C)4832/2016ର ଗତ 13.12.23ରିଖ ରାୟ ଓ ଅନ୍ୟ ମୋକୋଦମ ରେ ରାୟ ପରେ କିଛି କର୍ମଚାରୀ ଙ୍କୁ 14ମାସ ର ଦରମା ମାତ୍ର ଦେଇଛନ୍ତି. ହାଇ କୋର୍ଟ କହିଛନ୍ତି ଯେ ସରକାର୍ ଙ୍କ ମଞ୍ଜୁରୀ 62 ପଦ ରେ ସ୍ତାଇ ନିଯୁକ୍ତି ଦେବେ, ବକେୟା ଦରମା ଦେବେ, ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କୁ କାମ ରୁ ବାହାର କରିପାରିବେ ନାହିଁ କିନ୍ତୁ ନିର୍ଦେଶ କୂ ଅବମାନନା କରି CDMO ଛଟେଇ କରିଛନ୍ତି କର୍ମଚାରୀମାନଙ୍କୁ. ଏହା ବିରୁଦ୍ଧରେ ଆଜି ଛଟେଇ କର୍ମଚାରୀଙ୍କ CDMO ଅଫିସ ରେ ବିକ୍ଷୋଭ ଓ ଦାବିପତ୍ର ଦିଆଯାଇଛି , ଏଥିରେ ମେଡିକାଲ ଠିକା କର୍ମ ଚାରି ସଂଘ ସଭାପତି ଶରତ କୁମାର ରାୟଗୁରୁ, କହିଲେ ଜେ ବିନା ଦରମା ରେ ଭବିଷ୍ୟତ କୁ ଆଖି ଆଗରେ ରଖି ଭୋକଉପାସ ରେ ରୋଗୀ ସେବା ଯୋଗାଇ ଆସୁଥିଲା ବେଳେ

ଶ୍ରମ ଆଇନି କୁ ଖୋଲାଖୋଲି ଉଲଂଘନ କରି ତରବରିଆ ଭାବେ କର୍ମଚାରୀ ଙ୍କୁ ବାହାର କରି ଛଟେଇ କରିବା ଓ ଏ ସଂପର୍କ ରେ ମେଡିକାଲ ADM ଙ୍କ ନିରବତା ଅନ୍ୟ କିଛି କଥା ସୂଚାଉଛି.ଏଣୁ ହାଇ କୋର୍ଟ ଙ୍କ ନିର୍ଦ୍ଦେଶ ମତେ ତୁରନ୍ତ କର୍ମଚାରୀଙ୍କୁ ପୁର୍ବ ପଦରେ କାମ ଦେବା ବକେୟା ଦରମା ଦେବା, ଓ 62 ପଦବୀ ରେ ନିଯୁକ୍ତି ଦେବା ପାଇଁ CDMO ଙ୍କୁ ଦାବୀ ପତ୍ର ରେ କହିଛନ୍ତି ।ପ୍ରବୀର ପଟ୍ଟନାୟକ, ଲକ୍ଷ୍ମୀଧର ମୁଦୁଲି, ତପନ ସେଠୀ, ବାଳକୃଷ୍ଣ ବେହେରା ସଂଯୁକ୍ତା, ଶତପଥୀ, ଭାରତୀ ସେଠୀ, ରମାକାନ୍ତ ବେହେରା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.ପରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ବେ ଆଇନୀ ଛଟେଇ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ