April 20, 2025

ସମାଜସେବୀଙ୍କ ହସ୍ତକ୍ଷେପ ପରେ ମିଳିଲା ସରକାରୀ ସହାୟତା!

Share

 

 

ସୂଚନଯୋଗ୍ୟ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଜାମୁଝାଡ଼ି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳା ସାହିର ଗଣେଶ ଦାସଙ୍କ ବଡ଼ ପୁଅ (୩୩) ଆଜକୁ ୮ ମାସ ହେବ ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ କଟକର

ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ, ମିଥୁନ ଅତ୍ୟନ୍ତ ଗରିବ ଅସହାୟ ହେଉଥିବାରୁ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ, ଏହି ପରିପ୍ରେକ୍ଷୀରେ ସିମୁଳିଆ ଅଞ୍ଚଳର ଯୁବ ସମାଜସେବୀ ଏ ବାବଦରେ ଟୁଇଟ ଏବଂ What’s app ଯୋଗେ ସିମୁଳିଆ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସମ୍ବିତ କୁମାର କର ଏବଂ ସାମାଜିକ ସୁରକ୍ଷା ଅଧିକାରୀ,ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପରେ ଗତ ତା-୦୭/୧୧/୨୦୨୪ ଦିନ ସିମୁଳିଆ ମଣ୍ଡଳ ଉନ୍ନୟନ ଅଧିକାରୀ ଏକ ଚିଠି ବାଲେଶ୍ବର ଜିଲ୍ଲାପାଳଙ୍କୁ କରିଥିଲେ ପତ୍ର ସଂଖ୍ୟା-୬୨୬୪ ତାର ୨୫ ଦିନ ବିତିଗଲା ପରେ ମଧ୍ୟ ମିଥୁନଙ୍କୁ କୌଣସି ସହାୟତା ମିଳି ନଥିବାରୁ ଯୁବ ସମାଜସେବୀ ଅଜୟ କୁମାର ମହାନ୍ତି ଏନେଇ କ୍ଷୁବ୍ଧ ପ୍ରକାଶ କରିବା ସହିତ ପୁ୍ନଶ୍ଚ ବାଲେଶ୍ବର ଜିଲ୍ଲା ଅଫିସ ସହିତ କଥା ହେବା ପରେ ତା-୦୫/୧୨/୨୦୨୪ ଦିନ ମିଥୁନଙ୍କ ବ୍ୟାଙ୍କ ଖାତାକୁ ୫୦୦୦/- ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବାଲେଶ୍ବର ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ ପରେ ବାଲେଶ୍ବର ଜିଲ୍ଲପାଳଙ୍କ ଅଫିସରୁ ଅଜୟଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଦୁଃଖ ପରିତାପର ବିଷୟ ଯେ ସରକାରଙ୍କ ସହାୟତା ପାଇବା ପୂର୍ବରୁ ଗତ ୩୦/୧୧/୨୦୨୪ ଦିନ ସକାଳୁ ଚିକିତ୍ସାଧିନ ଅବସ୍ଥାରେ ମିଥୁନଙ୍କ ମୃତ୍ୟୁ ଘଟିଥିଲା ଏବେ ପୁଅର ଶେଷକୃତ୍ୟ ସଂପନ୍ନ କିପରି କରିବେ ସେ ନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି, ପରିବାର ଲୋକେ ସହାୟତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କୁ ନିବେଦନ କରିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ