ପରମ ପ୍ରମାମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୭ ତମ ଜନ୍ମମହୋତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଦାଙ୍କର ୫୨ତମ ଶୁଭ ଐତିହାସିକ ଉତ୍କଳ ଆଗମନ ଦିବସ

(ପରମ ପ୍ରମାମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୭ ତମ ଜନ୍ମମହୋତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଦାଙ୍କର ୫୨ତମ ଶୁଭ ଐତିହାସିକ ଉତ୍କଳ ଆଗମନ ଦିବସ ) ଗତ ୦୫.୧୨.୨୦୨୪ ଗୁରୁବାର ଦିନ ସତସଙ୍ଗ ବିହାର କୁଜଙ୍ଗ ପରିସର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୭ ତମ ଶୁଭ ଜନ୍ମ ମହୋତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦାଦା ଙ୍କର ୫୨ ତମ ଶୁଭ ଐତିହାସିକ ଉତ୍କଳ ଆଗମନ ମହୋତ୍ସବ ଆୟୋଜିତ ହୋଇଯାଇଅଛି। ଏହି ସତସଙ୍ଗ ରେ ମୂଖ୍ୟ ବକ୍ତା ଶ୍ରୀ ଧରଣୀ ଧର ସ୍ଵାଇଁ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ବିଷୟରେ ଦୀର୍ଘ ଆଲୋଚନା କରିଥିଲେ।ଏବଂ କିପରି ଏହି ସତସଙ୍ଗ କୁ ଅନୁସରଣ କରି ଜୀବନରେ ଆଚରଣ ବିଧି ସୁଧାରି ହେବ ଏହି ବିଷୟରେ ଆଲୋଚନା ହୋଇଥିଲା। ଏହି ସତସଙ୍ଗ ରେ ଅଧ୍ୟକ୍ଷତା କରିଥିଲେ ଶ୍ରୀଯୁକ୍ତ କବିଚନ୍ଦ୍ର ମହାନ୍ତି, ଶ୍ରୀଯୁକ୍ତ ପ୍ରକାଶ ଶତପଥୀ, ଶ୍ରୀଧର ପୃଷ୍ଠୀ, ଶ୍ରୀ ମାନସ ପ୍ରଧାନ, ଶ୍ରୀ ଅକ୍ଷୟ କୁମାର ପାଲ, ଶ୍ରୀ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ, ଶ୍ରୀ ଦୀପକ ରାଜଗୁରୁ କାର୍ତ୍ତିକ ଚନ୍ଦ୍ର ଦାସ ଯୋଗଦେଇଥିଲେ।ଉତ୍ସବରେ ପ୍ରାତଃ ସଙ୍କୀର୍ତ୍ତନ ପରେ ସ୍ଵସ୍ତି ପତାକା ଉତୋଳନ ଓ ଦିବା ୧୧:୩୦ ସମୟ ପର୍ଯ୍ୟନ୍ତ ବଜାର ପରିକ୍ରମା ସହ ସତସଙ୍ଗ ସହିତ ସଂଧ୍ୟାରେ ସଂଗୀତାଞ୍ଜଳି କର୍ଯ୍ୟକ୍ରମ ହୋଇଥିଲା। ଏହି ସତସଙ୍ଗ ରେ ବହୁ ଦୂର ଦୁରନ୍ତ ରୁ ୨୦୦୦ ଭକ୍ତଙ୍କର ଆଗମନ ହୋଇଥିଲା। ଦିବା ୧:୩୦ ସମୟରେ ଆନନ୍ଦ ବଜାରରେ ପ୍ରସାଦ ସେବନ ର ବେଵସ୍ଥା କରାଯାଇଥିଲା । (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )