ରାମକୃଷ୍ଣ ମିଶନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ରାମନାଗୁଡା :- ଦିନକୁ ଦିନ ଶୀତ ର ରୂପ ବଦୁଳୁ ଥିବା ବେଳେ ବୁଢ଼ା ବୁଢ଼ୀ ମାନେ ଥଣ୍ଡା କାକର ରେ ଅଶୟଯନ୍ତ୍ରଣା ଭଗୁଥିବା ଦେଖିବାକୁ ମିଳିଥିଲା ।ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଶୁଣ୍ଢି ଧାମୁଣି ଗ୍ରାମରେ ରାମକୃଷ୍ଣ ମିଶନ ତରଫରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଅଛି।ଉକ୍ତ କାର୍ଯ୍ୟକ୍ରମ ରେ ରାମକୃଷ୍ଣ ମିଶନ, ହାଟ ମୁନିଗୁଡା ର ସମ୍ପାଦକ ଶ୍ରୀମଦସ୍ୱାମୀ ଗିତାତ୍ମାନଂଦ ଙ୍କ ଅଧକ୍ଷତାରେ ବିଷମ କଟକ ବ୍ଲକ ଓ ରାମନାଗୁଡା ବ୍ଲକ ର ଶୁଣ୍ଢି ଧାମୁଣି, ରଙ୍ଗ ମାଟି ଏବଂ ଦୁର୍ଗୀ ପଞ୍ଚାୟତ ର କୁନ୍ଦମ ପଦର,କାଲାପାଇ ଗ୍ରାମର ମୋଟ ୨୮୫ ଗରିବ ପରିବାର ମାନଙ୍କୁ ୨୫୮ ଟି କମଳ,୨୫୫ଟି ଶାଢ଼ୀ,୨୩୩ ଗୋଟି ଲୁଙ୍ଗି ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିବେକାନନ୍ଦ ପାଠ ଚକ୍ର କେନ୍ଦ୍ର ତରଫରୁ ରୁଗୁଡୁବାଇ, ଶୁଣ୍ଢି ଧାମୁଣି ,ରଙ୍ଗ ମାଟି ର ସମସ୍ତ ଯୁବକ ଯୁବତୀ ଉପସ୍ଥିତ ଥିବାବେଳେ ରାମକୃଷ୍ଣ ମିଶନ ଅନୁଷ୍ଠାନ ର ମହାରାଜ ସ୍ୱାମୀପ୍ରଭୁ ବିରାନନ୍ଦ ଉକ୍ତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।
ରିପୋର୍ଟ :- ସଞ୍ଜୀବ କଣ୍ଡାଗରୀ