April 20, 2025

ଉମରକୋଟ ବ୍ଲକ ଅନ୍ତର୍ଗତ କରଣ୍ଡିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ପିଲାଙ୍କୁ ଡ୍ରେସ ବଣ୍ଟନ ସମୟରେ ଛାତରୁ ଖସିଲା ଫ୍ୟାନ, ଶିକ୍ଷୟତ୍ରୀ ଆହତ……….

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ବିଦ୍ୟାଳୟର ଶ୍ରେଣୀ ଗୃହର ଛାତ ଉପରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଆହତ ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କରଣ୍ଡିଆଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ରାୟ ପିଲାଙ୍କୁ ଡ୍ରେସ ବାଣ୍ଟିବା ସମୟରେ ଶ୍ରେଣୀ ଗୃହର ଛାତରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଙ୍କ ମୁଣ୍ଡ ଉପରେ ପଡିଥିଲା ଏବଂ ମୁଣ୍ଡର ବାମ ପାଖରେ ଆଘାତ ଲାଗିଛି। ପ୍ରଧାନ ଶିକ୍ଷୟତ୍ରୀ ହଠାତ ତଳେ ବସିପଡି ଚିତ୍କାର କରିବାରୁ ଅନ୍ୟ ସହଯୋଗୀ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ଏବଂ ପ୍ରଥମେ ଫ୍ୟାନରୁ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ ଏବଂ ଆହାତ ଶିକ୍ଷୟତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା । ଫ୍ୟାନ ଛାତରୁ ଖସିବା ସମୟରେ କୌଣସି ପିଲା ଆହାତ ହୋଇ ନାହାନ୍ତି।