ବ୍ଲକ ସ୍ତରୀୟ ଚଇତି ନିମନ୍ତେ ପ୍ରସ୍ତୁତୀ ବୈଠକ
କୋଲନରା :- ରାୟଗଡା ଜିଲ୍ଲା କୋଲନରା ବ୍ଲକ ସଦଭାବନା ହଲରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା ଅଧକ୍ଷତା ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ୨୦୨୪ ର ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହଳଧର ହିମିରିକା, ବିଡ଼ିଓ ରୀନା ପ୍ରଧାନ, ବ୍ଲକ ଫାଇନାନ୍ସ ଅଫିସର ଗଣେଶ୍ୱର ଭଟ୍ଟ ଯୋଗ ଦେଇଥିବା ବେଳେ ଜିପିଡିଓ ପ୍ରଶାନ୍ତ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଲୋକ ମହୋତ୍ସବ ଚଇତି ଆସନ୍ତା ୧୩ ତାରିଖ ଶୁକ୍ରବାର ଦିନ କରିବାକୁ ସ୍ଥିର କରିଛନ୍ତି। ଏଥିରେ କଳସ ଯାତ୍ରା, ବିଭିନ୍ନ ପ୍ରକାର ପରମ୍ପରିକ ବାଦ୍ୟ, ନାଚ ଗୀତ, ଅତିଥି ମାନଙ୍କ ଆଗମନ ସହିତ ସମସ୍ତ ଜନ ସାଧାରଣ ଠିକ ସମୟରେ ଉପସ୍ଥିତ ରହି ଉତ୍ସବ ପାଳନ କରି ପାରିବେ ସେଥିପାଇଁ କମିଟି ଗଠନ କରା ଯାଇଛି। ଏହି କମିଟି ରେ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଦିଆ ଯାଇଥିବା ଦାୟିତ୍ୱ ରେ ରହି ସୁଚାର ରୂପେ ପରିଚାଳନାରେ ସହଯୋଗ କରିବାପାଇଁ ଶ୍ରୀମତୀ ପ୍ରଧାନ କହିଥିଲେ । ଏହା ସହିତ ବ୍ଲକରେ ଥିବା ବିଭିନ୍ନ ବିଭାଗ ପକ୍ଷରୁ ବିଭାଗୀୟ ଷ୍ଟଲ ଗୁଡିକ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଆକର୍ଷଣୀୟ ଚଇତି ୨୦୨୪ ସ୍ମରଣୀକା ପାଇଁ କବିତା ଓ ବାର୍ତ୍ତା ଦେବା ପାଇଁ କବି ଓ ସାହିତ୍ୟିକ ତଥା ଅନ୍ୟ ସଭ୍ୟ ମାନ ଙ୍କୁ କୁହା ଯାଇଥିଲା । ଏହି ବୈଠକରେ ସମସ୍ତ ଅଧିକାରୀ, କର୍ମଚାରୀ, ଜେ କେ କାଗଜ କଳର ପି ଆର ଓ ମିଲନ ଲେଙ୍କା, ଥେରୁବାଲି ପି ଆର ଓ , ସିନି ଏନଜିଓ ର ସୁ ପବିତ୍ର ସଲିଲ ଓ ମୋନାଲିସା ପ୍ରିୟଦର୍ଶନି , ମେଡିକାଲ ଅଫିସର ଜି ଶୈଳଜା, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ପି ଆର ଆଇ ମେମ୍ବର, ସମସ୍ତ ପିଇଓ , ବୁଦ୍ଧିଜୀବୀ ମାନେ,ଯୋଗ ଦେଇଥିଲେ। ଶେଷରେ ବି ଏଫ ଓ ଗଣେଶ୍ୱର ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ