ଆଜିର ଖବର..
୧-ଦୁନିଆ ଦେଖିଲା ନୌସେନାର ଦମ୍; ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ଓ ଜେଟ୍ର ଗର୍ଜନରେ କମ୍ପିଲା ବ୍ଳୁ-ଫ୍ଳାଗ ବିଚ୍।
୨-ବରଗଡ଼:ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
୩-ପୂର୍ବ ଭାରତରେ ପ୍ରଥମ: ଭୁବନେଶ୍ୱର ଏମ୍ସରେ ଅତ୍ୟାଧୁନିକ ୪-ଡି ସ୍ପାଇନ୍ ଓ ଗେଟ୍ ଆନାଲିସିସ୍ ପରୀକ୍ଷାଗାର ଉଦଘାଟିତ।
୪-ପୁରୀ:ଆୟୁର୍ବେଦ କଲେଜର ହୀରକ ଜୟନ୍ତୀରେ ଯୋଗ ଦେଲେ ମହାମହିମ, କହିଲେ- ଯୋଗଯୁ୍କ୍ତ ହେଲେ ରୋଗମୁ୍କ୍ତ ହେବା।
୫-ଭୁୂବନେଶ୍ୱର: ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ।ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।
୬-ଡିସେମ୍ବର ୨୫ରେ ଆସିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।
୭-ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ଅଚଳ ହୋଇନି, ତଥାପି ନେବାକୁ କୁନ୍ଥୁକୁନ୍ଥୁ ଦେକାନୀ ଓ ଗ୍ରାହକ; RBI କହିଲା, ବଜାରରରେ ଚଳୁଛି ସବୁ କଏନ
୮-ରାଜ୍ୟରେ ରହିବେନି ଭୂମିହୀନ । ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ହେବ ବୁଲଡୋଜର ଆକ୍ସନ।
୯-୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ, ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି ଏଡିଜି।
୧୦-ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩।
୧୧-ଭୁବନେଶ୍ୱର:୭୩% ବିଧାୟକ କୋଟି ପତି, ଦରମା ବଢ଼ାଇବାକୁ ପୁଣି ଦାବି।
୧୨-ଭୁବନେଶ୍ୱର:୬ ମାସ ହେଲାଣି ଦର ୫୦ ଉପରେ ,ଦହଗଞ୍ଜ କରୁଛି ପିଆଜ।
୧୩-ହ୍ରାସ ପାଉଛି ଷଣ୍ଢ ସଂଖ୍ୟା, ରାଜ୍ୟରେ ଅଛନ୍ତି ୨ ଲକ୍ଷ ୩୦ ହଜାର ଷଣ୍ଢ।
୧୪-ଚିନ୍ତା ବଢ଼ାଉଛନ୍ତି ବୁଲା କୁକୁର, ୧୦ ମାସରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶୀକାର।
୧୫-ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ଘୁଞ୍ଚିଲା ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ
୧୬-ଆଠଗଡ଼-ମୁଣ୍ଡଳି ରାସ୍ତାର କନ୍ଦରପୁର ବାଲିଆପଠାରେ ଦୁର୍ଘଟଣା, ୨ କଲେଜ ଛାତ୍ର ମୃତ।
୧୭-ଜୟପୁର:ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।
୧୮-ଟିଟିଲାଗଡ଼:୨୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ବାହାର ରାଜ୍ୟକୁ ହେଉଥିଲେ ଚାଲାଣ।
୧୯-ପୋଲାଭରମ ପ୍ରସଙ୍ଗରେ ଦାବି ଉପସ୍ଥାପନ ପାଇଁ ଦିଲ୍ଲୀରେ ବିଜେଡି ଟିମ୍।
୨୦-କାଶୀ-ମଥୁରା ବ୍ୟତୀତ ୧୦ରୁ ଅଧିକ ସ୍ଥାନରେ ଚାଲିଛି ମନ୍ଦିର-ମସଜିଦ୍ ବିବାଦ।
୨୧-ଆସାମରେ ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର।
୨୨-ମହାରାଷ୍ଟ୍ରରେ ସରକାର ଗଠନ ଚୂଡାନ୍ତ:ଫଡନବିସ୍ ହେବେ ମୁଖ୍ୟମନ୍ତ୍ରୀ,
୨୩-ପାକିସ୍ତାନକୁ ଧୂଳି ଚଟାଇ ଏସିଆ କପ୍ ହ୍ୟାଟ୍ରିକ ଜିତିଲା ଟିମ୍ ଇଣ୍ଡିଆ, ଫାଇନାଲ୍ରେ ୫-୩ରେ ହରାଇଲା।
୨୪-ମାତ୍ର ୬ ଘଣ୍ଟାରେ ସାମରିକ ଆଇନ ପ୍ରତ୍ୟାହାର କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍।
*🙏 ସୁପ୍ରଭାତ 🙏*