April 20, 2025

ଧାନ ଗଦାରେ ନିଆଁ , ଚାଷୀ ହତାଶ..

Share

ବୋଲଗଡ଼,୦୪/୧୨(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ପଞ୍ଚାନନ ନାୟକ ଙ୍କର ବାଡିରେ ଥିବା କଳେଇ ଗଦାରେ କେହି ଦୁର୍ବୁତ୍ତ ଗତକାଲି ରାତି ଦୁଇଟା ରେ ନିଆଁ ଲଗାଇ ଦେଇଥିବାରୁ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ ପଞ୍ଚାନନ ନାୟକ ଙ୍କର ଦୁଇ ଏକର ଜମିର ଧାନର କଳେଇ ଗଦାକରି ନିଜ ବାଡିରେ ରଖିଥିଲେ। ଗତ ମଙ୍ଗଳବାର ରାତି ଦୁଇଟାରେ କଳେଇ ଗଦା ରେ କେହି ଦୃବୁର୍ତ ନିଆଁ ଲଗେଇ ଦେଇଥିଲା ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ କରିଥିଲା କିନ୍ତୁ ସେତେବେଳକୁ ସବୁ କଳେଇ ଗୁଡିକ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଯାହା ଫଳରେ ୨ ଏକର ର ଧାନ ଫସଲ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ତେଣୁ ପ୍ରଶାସନ ଏହି ଘଟଣା କୁ ଦୃଷ୍ଟି ଦେଇ କ୍ଷତିପୂରଣ କୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)