ନିରନ୍ତର ଦକ୍ଷତା ବୃଦ୍ଧି ପାଇଁ ଆଶା ମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ
କୋଲନରା:- କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବୈଠକ ହଲ ରେ ୨୮ ଓ ୨୯ ତାରିଖ ଦୁଇ ଦିନିଆ ଆଶା କର୍ମୀ ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଆଜି ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଜି ଶୈଳଜା ଉଦଘାଟନ କରିଥିବା ବେଳେ, ଆୟୁଷ ଡାକ୍ତର ରଶ୍ମିପ୍ରଭା ଦାସ, ବିପିଏମ କଳ୍ପନା ମିଶ୍ର, ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶୁଭଶ୍ରୀ ଦାସ ଯୋଗ ଦେଇଥିଲେ। ବ୍ଲକର ୧୭ ଟି ଗ୍ରାମ ପଞ୍ଚାୟତର ମୋଟ ୧୮୦ ଜଣ ଆଶା ଏହି ପ୍ରଶିକ୍ଷଣ ନେଉଛନ୍ତି। ପ୍ରତ୍ୟେକ ମାସରେ ଦୁଇ ଦିନ ଲେଖାଏଁ ୩ ମାସରେ ୬ ଦିନ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ଜଣା ପଡ଼ିଛି। କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପ୍ରଶିକ୍ଷଣ ଶିବିର , ଥେରୁବାଲି ସେକ୍ଟରରେ , ରେଖାପଦର ସେକ୍ଟର ଓ ମୁକୁନ୍ଦପୁର ସେକ୍ଟରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠୁଁ ଆରମ୍ଭ ହୋଇଛି। ଏହି ୪ଟି ସ୍ୱସ୍ଥ୍ୟ ସେକ୍ଟର ରେ ୧୮୦ ଆଶାଙ୍କୁ ତାଲିମ ଦିଆ ଯାଉଥିବା ବିପିଏମ ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ସାଧନ କର୍ମୀ ଭାବେ କୋଲନରା ରେ ଆୟୁଷ ଡାକ୍ତର ରଶ୍ମିପ୍ରଭା ଦାସ ଓ ପିଏଚଇଓ ଶୁଭଶ୍ରୀ ଦାସ ତାଲିମ ଦେଉଥିବା ବେଳେ, ଥେରୁବାଲି ରେ ପୁରୁଷସ୍ୱାସ୍ଥ୍ୟ କର୍ମୀ ଦେବେନ୍ଦ୍ର ପୁରୁଷେଟି ଓ ମହିଳା ସ୍ୱସ୍ଥ୍ୟ କର୍ମୀ ଅନପୂର୍ଣା ଦାସ, ମୁକୁନ୍ଦପୁର ରେ ଏଲ ଏଚ ଭି କବିତା ଜେନା ଓ ସି ଏଚ ଓ ସୁମିତ୍ରା ମହାରଣା, ରେଖାପଦର ରେ ଆୟୁଷ ଡାକ୍ତର ମନୋରଞ୍ଜନ ମଲିକ ଓ ମହିଳା ସ୍ୱସ୍ଥ୍ୟ କର୍ମୀ କୁମାରୀ ଗମାଙ୍ଗ ଏହି ୮ ଜଣ ( ଆର ପି )ଆଶା କର୍ମୀ ମାନଙ୍କୁ ତାଲିମ ଦେଉଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେମାନଙ୍କୁ ଆଶା ପ୍ରୋତ୍ସ।ହାନ ଏବଂ ସହାୟତା ସଂପର୍କରେ, ମାତୃ ସ୍ୱାସ୍ଥ୍ୟ, ନବଜାତ ଓ ଶିଶୁର ସ୍ୱସ୍ଥ୍ୟ, ପୋଷଣ ଏବଂ ପୃଷ୍ଟି ଶସ୍ୟ, ଅଣ ସଂକ୍ରାମକ ରୋଗ ଏବଂ ଇ ସଂଜୀବନି ବିଷୟରେ ପ୍ରଶିକ୍ଷଣ ଦିଆ ଯାଉଛି। ସମସ୍ତ ଆଶା ଏହି ସବୁ ବିଷୟରେ ଅବଗତ ହେବା ପରେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ଓ ସେମାନେ ସବୁ ଲୋକଙ୍କ ନିକଟରେ ପହଞ୍ଚି ସ୍ୱସ୍ଥ୍ୟ ସେବା ଯୋଗାଇ ପାରିବେ ବୋଲି ଏହି ପ୍ରଶିକ୍ଷଣର ଲକ୍ଷ୍ୟ ବୋଲି ବିପିଏମ କଳ୍ପନା ମିଶ୍ର କହିଛନ୍ତି।
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ