November 26, 2024

କାଟିକୋଣା ରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର,  ୮୧ଟି ଅଭିଯୋଗର ଶୁଣାଣି କଲେ ବିଡିଓ କୋଲନରା ।

Share

 

କୋଲନରା – କୋଲନରା ବ୍ଲକ ପ୍ରଶାସନ ତରଫରୁ କାଟିକଣା ଗ୍ରାମ ପଞ୍ଚାୟତର ସଭା ଗୃହରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ସରପଞ୍ଚ ବିଜୟ ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ଏଇ ଲକ୍ଷ୍ମୀ ନାରାୟଣ ପାତ୍ର, ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ, ସମିତି ସଭ୍ୟ ଅଜିତ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ | ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୮୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୭୩ଟି ବ୍ୟକ୍ତିଗତ ଓ ୮ଟି ସାମୁହିକ ଅଭିଯୋଗ ରହିଥିଲା | ଏହିଭଳି କାର୍ଯ୍ୟକ୍ରମ ପ୍ରଶାସନ ଓ ଜନସାଧାରଣ ମାନଙ୍କ ମଧ୍ୟରେ ସମନ୍ଵୟ ରଖିବା ସହ ଯେଉଁ ହିତାଧିକାରୀ ମାନେ କୌଣସି କାରଣରୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ରହି ଯାଉଛନ୍ତି, ସେମାନେ ଏହି ପଞ୍ଚାୟତ ସ୍ତରରେ ଆୟୋଜିତ ଜନଶୁଣାଣି ଶିବିରରେ ଅଭିଯୋଗ କରିପାରିବେ ବୋଲି ବିଡିଓ ଶ୍ରୀମତୀ ପ୍ରଧାନ କହିଥିଲେ | ଅଭିଯୋଗ ଗୁଡିକ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ଦିଗରେ ଦୃଷ୍ଟି ଦେବା ନିମନ୍ତେ ବିଡିଓ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ୍, ବିଏସଏସଓ ପ୍ରଭାତ କୁମାର ଶବର, ଏମଆଇ ଅନୀଲ କୁମାର ଗମାଙ୍ଗ, ଆରଡ଼ାବ୍ଲୁଏସଏସ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ଏପିଓ ସୁମିତ୍ରା ପାଣିଗ୍ରାହୀ, ରେଖାପଦର ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ଅଭିଷେକ ସାହୁ, ଗ୍ରାମ୍ୟ ଆବାସ ଯୋଗାଣ ବିପିସି କୁମୁଦିନି ସାହୁ, ଓଡ଼ିଶା ଜୀବିକା ମିଶନ ବିଏଲସି ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଓ ଯନ୍ତ୍ରୀ ବାବୁଲୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ଜନଶୁଣାଣି ଶିବିରକୁ ପିଇଓ ଯୋଗେଶ ପେଦେଣ୍ଟି ପରିଚାଳନା କରିଥିବା ବେଳେ ଜିଆରଏସ ସନ୍ତୋଷ ପଣ୍ଡୁ ସହଯୋଗ କରିଥିଲେ |

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ