ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ
ଛତ୍ରପୁର -୨୪/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ଅନଶ୍ଲୋ ଷ୍ଟାଡିୟମ ଠାରେ 3 ଦିନ ଧରି ଚାଲିଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଏବଂ ବରିଷ୍ଠ କୃଷି ଅଧିକାରୀ ଇଂ ପ୍ରମିତ କୁମାର ସାହୁ ଏ ଏ ଇ ଛତ୍ରପୁର ଯୋଗ ଦେଇଥିଲେ। ତିନିଦିନ ଧରି ଚାଲିଥିବା ଏହି ମେଳାରେ ଟ୍ରାକ୍ଟର, ପାଓ୍ବାରଟିଲର, ଧାନ ଅମଳ, ଧାନ ରୁଆ,ମଞ୍ଜି ସଫା,ରୋଟାଭେଟର,ଘାସ ଛେଦନ, କୋଡାଖୁସା,ଘାସ କଟା,ଗାତ ଖୋଳା,ଧାନ କଳ, ମକା ଛଡା, ଡାଲି କଳ, ତେଲ କଳ, ମୁଢି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ସହ ପ୍ରଦର୍ଶନ କରାଯାଉଛି। ଏହା ସହ ଅଞ୍ଚଳର ଚାଷୀଙ୍କୁ ନେଇ କୃଷି ପାଠଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ମେଳାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି,ବିଭିନ୍ନ ମହିଳା ଏସଏଚଜି ଗୋଷ୍ଠୀର ଉତ୍ପାଦନ ଦ୍ରବ୍ୟ ସମେତ ସରକାରଙ୍କ ବିଭିନ୍ନ ବିଭାଗର ୨୫ ଷ୍ଟଲ ମେଳାରେ ଖୋଲା ଯାଇଛି।ଏହି ଅବସରରେ କୃଷକଙ୍କୁ ରିହାତି ଦରରେ ଵିଭିନ ଉପକରଣ ପ୍ରଦାନ କରାଯାଇଥିଲା। ଏହି ମେଳାରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ 7 ଟି ବ୍ଲକରୁ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ