ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ରେ ପ୍ରଥମା ଷ୍ଟମୀ ଓ ମହାଯଜ୍ଞଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଂଚାୟତ ହସିଣା ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର କେଉଁ ଆବାହମାନ କାଳରୁ ଅତି ଜାକଜମକ ସହ ବାର ମାସରେ ତେର ପର୍ବ ପାଳନ କରାଯାଏ ସେଥିମଧ୍ୟରୁ ପ୍ରଥମାଷ୍ଟମୀ ଅନ୍ୟତମ ରାତ୍ର ୪ଟା ରୁ ମହାପ୍ରଭୁ ବଳଦେବ ହସିଣା ଗ୍ରାମ ର ସଂକୀର୍ତନ ମଣ୍ଡଳୀ ସହ ଗ୍ରାମ ପରିକ୍ରମା କରି ସୂର୍ଯ୍ୟ ଦର୍ଶନ ପରେ ସୂର୍ଯ୍ୟ ପୂଜା ଓ ପରେ ଯଜ୍ଞକାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାୟ ଦିନତମାମ ଯଜ୍ଞଓ ପ୍ରସାଦ ସେବନ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନଙ୍କ ପାଇଁ ପ୍ରସ୍ତୁତି ହୋଇଥାଏ, ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ମୁଖ୍ୟ ଟ୍ରଷ୍ଟି ଶ୍ରୀଯୁକ୍ତ ଅମୁଲ୍ୟ ସାମଲ ଓ ଟ୍ରଷ୍ଟ ବୋର୍ଡ ର ମେମ୍ବର ଙ୍କ ସହ ହସିଣା ଗ୍ରାମର ଜନସାଧାରଣ, ମୁରବି, ଯୁବଗୋଷ୍ଟି, ଭାଗବତ ଟୁଙ୍ଗି ର ପ୍ରତେକ ମହିଳା ମାନେ ଠାକୁର ଙ୍କ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇ ଥିଲେ ,ଏବଂ ପରି ଶେଷରେ ରାତ୍ର ୮ଘଟିକା ସମୟରେଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଥିଲା , ଆଜିର ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପଦ୍ମଶ୍ରୀ ବାବା ବଳିଆ ଙ୍କ ଶିଷ୍ୟ ଡ଼ ଅରୁଣ କୁମାର ପାଣି ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ, ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଓଡିଶା ଗୋଶାଳା ସେବା ସମିତି ର ସଂସ୍ଥାପକ ସଂଗ୍ରାମ କେଶରୀ ପଟ୍ଟନାୟକ,,ଆଇନଜୀବି ଅଶୋକ ସାମନ୍ତରାୟ, ପୂଜକ ମଙ୍ଗୁଳି ମିଶ୍ର ଓ ସାଥି ମାନେ, ପୂଜାର ମୁଖ୍ୟ କର୍ତ୍ତା ଶ୍ରୀଯୁକ୍ତ କବି ପ୍ରସାଦ ମହାନ୍ତି, ସମାଜ ସେବି, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରଭୁ ବଳଦେବ ଙ୍କ କୃପା ଲାଭ କରିଥିଲେ ଓ ଶେଷରେ ମନ୍ଦିର ପରିସରରେ ଏକ ଗୋଶାଳା ସ୍ଥାପନ ପାଇଁ ପ୍ରସ୍ତାବ ରଖାଯାଇଥିଲା ଓ ଅତିଥି ମାନେ ଜମି ଚିହ୍ନଟ କରିଥିଲେ ! ଦିନସାରା ଅନେକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର କୁ ଆସି ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ !(। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )