କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଶାସ୍ତ୍ରୀ ମୈଦାନ ଠାରେ ବହୁ ଆଡ଼ମ୍ବରରେ ପାଳନ ହୋଇଛି ବ୍ଲକ ସ୍ତରୀୟ ପରବ
ତା ୨୨/୧୧: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଶାସ୍ତ୍ରୀ ମୈଦାନ ଠାରେ ବହୁ ଆଡ଼ମ୍ବରରେ ପାଳନ ହୋଇଛି ବ୍ଲକ ସ୍ତରୀୟ ପରବl ପ୍ରଥମେ କୁନ୍ଦୁରା ଦୂର୍ଗା ମଣ୍ଡପ ଠାରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ବାହାରି ଥିଲା l ପାରମ୍ପରିକ ନୃତ୍ୟର ତାଳେ ତାଳେ ଶାସ୍ତ୍ରୀ ମୈଦାନରେ ମଶାଳ ଅଣାଯାଇଥିଲା l ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ପରବ ପତାକା ଉତ୍ତୋଳନ କରି ପରବର ଶୁଭାରମ୍ଭ କରିଥିଲେ l ମଞ୍ଚରେ ଅତିଥିଙ୍କ ଆସନ୍ନ ଅଳଙ୍କୃତ ପରେ ପରିଚୟ ପ୍ରଦାନ ହୋଇଥିଲା l ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ କାଉଡ଼ିଆଗୁଡ଼ା ର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ନୃତ୍ୟ ପରିବେଷଣ ପରେ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା କୋରାପୁଟର ଲୋକ ମହୋତ୍ସବ ବ୍ଲକ୍ ସ୍ତରୀୟ ପରବ I ବି ଡି ଓ କପିଳେଶ୍ବର ତାଣ୍ଡି ସ୍ଵାଗତ ଭାଷଣ ଦେବା ସହ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ l ଉଦଘାଟନୀ ଉତ୍ସବରେ ମୁଖ୍ୟ ଭାବେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋଇ,ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା,ସଂସାଦ ପ୍ରତିନିଧି ଅମ୍ବୁ ପାତ୍ର,ବି ଇ ଓ ସୁକାନ୍ତ କାର୍ତ୍ତାମୀ, ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନି,କଳାକାର ସଂଘ ଉପ ସଭାପତି ଭୀମ ନାୟକ,ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ଉପ ସଭାପତି ଚନ୍ଦ୍ର ସଗରିଆ,ସମ୍ପାଦକ ତ୍ରିନାଥ ସମରଥ, ବୁଦ୍ଧିଜୀବୀ ବୃନ୍ଦାବନ ମଲ୍ଲିକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l ପରବ ହେଇଛି ଅଞ୍ଚଳର କଳା ସଂସ୍କୃତି ଓ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶନ କରି ଲୋକଲୋଚନକୁ ଆଣିବା ଓ ବଞ୍ଚାଇ ରଖିବା ନିମନ୍ତେ ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ l ଏହାପରେ ଆରମ୍ଭ ହୋଇଥିଲା ସଙ୍ଗୀତ,ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ l ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା l ଜଳ ଓ ପରିମଳ ବିଭାଗ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ, ଆତ୍ମା ପକ୍ଷରୁ କୃଷି ମଣ୍ଡପ, ଜଙ୍ଗଲ ସୁରକ୍ଷା, ଏକ୍ସିସ ବ୍ଯାଙ୍କ, କୁନ୍ଦୁରା ସି ଏଲ୍ ଏଫ୍ ଓ ନୂଆଗୁଡା ଏସ୍ ଏଚ୍ ଜି ଦ୍ଵାରା ନିଜେ ପ୍ରସ୍ତୁତ ସମାଗ୍ରୀ, ପ୍ରଗତି ଅନୁଷ୍ଠାନ ଦ୍ଵାରା ଦେଶୀ ବିହନ ପ୍ରଦର୍ଶନ ହୋଇଥିଲା l ଏଥି ମଧ୍ୟରୁ ଏମ୍ ଏସ୍ ସ୍ୱାମୀ ନାଥନ ପକ୍ଷରୁ ଦେଶୀ ଧାନ ଓ ମାଣ୍ଡିଆ ସହ ଜୈବିକ ଚାଷକୁ ନେଇ ହୋଇଥିବା ଷ୍ଟଲ୍ ଆକର୍ଷଣୀୟ ହୋଇଥିଲା l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୂପୁ ଭତରା ଯୋଗ ଦେଇ କୋରାପୁଟର ପରବ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରି ପାରିଛି l ଆଗାମୀ ଦିନରେ ଯେପରି ଅଧିକ ଆକର୍ଷଣ ହୋଇ ପାରିବ ଓ ଏ ଅଞ୍ଚଳର କଳା ସଂସ୍କୃତି ବଞ୍ଚି ରହିବ ସେ ନେଇ ବକ୍ତବ୍ୟ ରଖିଥିଲେ l କୁନ୍ଦୁରା ବ୍ଲକର ଗର୍ବ ସଫଳ ମହିଳା ଚାଷୀ ରାଇମୋତି ଘିଉରିଆ ଦେଶୀ ଓ ଜୈବିକ ପଦ୍ଧତିରେ ଚାଷ କରି କୁନ୍ଦୁରା ବ୍ଲକ ସମେତ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଚାଷୀ ଭାବେ ପରିଚିତ ତାଙ୍କୁ ବିଧାୟକଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ପରେ ପରବରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ଓ ଦଳ ଗୁଡିକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ବ୍ଲକର ସମସ୍ତ ସର୍ବଦଳୀୟ ନେତା, ବୁଦ୍ଧିଜିବୀ,ସାମାଜ ସେବୀ, ବ୍ଲକର ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ସମସ୍ତ ପଞ୍ଚାୟତର ପି ଇ ଓ, ଜେ ଇ,,ଜି ଆର୍ ଏସ୍,, ଏ ଡି ଓ, ପ୍ରମୁଖ ସହଯୋଗ କରିଥିଲେ I କୁନ୍ଦୁରା ବ୍ଲକର ବରିଷ୍ଠ ଶିକ୍ଷକ ଅଶୋକ ମହାରଣା, ଅରବିନ୍ଦ ବାରିକ ଓ ଖେଳ ଶିକ୍ଷକ ଦେବେନ୍ଦ୍ର ସେନାପତି ମଞ୍ଚ ପରିଚାଳନା କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l