June 21, 2026

ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରତିମା ଅମ୍ବିକା ତରଫରୁ ସାମ୍ବାଦିକ ଙ୍କୁ ସମ୍ମାନ..

IMG-20241123-WA0098
Share

 

ଜୟପୁର: ଆଜି ଆମ କୋରାପୁଟ ଜିଲ୍ଲାର ଗର୍ବ ଗୌରୋବ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମଜୟନ୍ତୀ ପ୍ରତିମା ଅମ୍ବିକା ତରଫରୁ ବାରିଣୀପୁଟ ପଞ୍ଚାୟତ ର ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ୨୦୦ ରୁ ଅଧିକ ପିଲାଙ୍କୁ ନେଇ ପାଳନ ହେଇଯାଇଛି lଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ରୂପରେ ଯୋଗଦେଇଥିଲେ ସମ୍ବାଦ ମୁଖ୍ୟ ଶ୍ରୀ ଅଶୋକ ପଲେଇ ଶ୍ରୀ ମିଡିଆ ତେଲୁଗୁ ନ୍ୟୁଜ / କଳିଙ୍ଗା ସମାଜ ସାଉଥ୍ ସମ୍ପାଦକ ର ମୁଖ୍ୟ ସିମାଦ୍ରି ଶ୍ରୀନିବାସ ରାଓ ଶ୍ରୀ ତରୁଣ ମହାପାତ୍ର ପ୍ରତିଦିନ ର ମୁଖ୍ୟ ଗଜେନ୍ଦ୍ର ସାହୁ ସଂଘମିତ୍ରା ଭୁକ୍ତା ଶ୍ୟାମଘନ ଗୌଡ଼ ସମସ୍ତେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ସମସ୍ତ ସାମ୍ବାଦିକ ଙ୍କୁ ସମ୍ମାନୀତ କରାଯାଇଛି l ଅରବିନ୍ଦ ଶିକ୍ଷା କେନ୍ଦ୍ର ର ସୁଲୋତା ,ମଞ୍ଜୁ ,ବର୍ଷା ,ଉପସ୍ଥିତ ଥିଲେ l ୩୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ବିଷୟରେ ବକୃତା ଦେଇଥିଲେ l ଅର୍ପିତା ଓ ତାଙ୍କ ଗ୍ରୁପ ଆଦିବାସୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ ତଥା ସହିଦ ଲକ୍ଷ୍ମଣ ନାୟକ ଙ୍କ ବିଷୟରେ ଅତିଥି ମାନେ ଦେଶ ଭକ୍ତି ତଥା ମହାନ ସଂଗ୍ରାମୀ ଅବିଭକ୍ତ କୋରାପୁଟ ମାଟିର ଗର୍ବ ଗୌର ଙ୍କ ବିଷୟରେ ବାର୍ତ୍ତା ତଥା ବହୁତ କିଛି ଶିକ୍ଷଣୀୟ କଥା କହିଥିଲେ l ପ୍ରତିମା ଅମ୍ବିକା ତରଫରୁ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ସମସ୍ତଙ୍କୁ ନେଇ ହେଇଥିବାରୁ ମମତା ବେହେରା କୃତଜ୍ଞତା ଜ୍ଞାପନ କରିଥିଲେ l

କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ ପଟ୍ଟନାୟକ ଙ୍କ ରିପୋର୍ଟ