November 23, 2024

ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ଯୋଗଦେଲେ ମନ୍ତ୍ରୀ ବିଭୁତି ଭୁଷଣ ଜେନା 

Share

 

ଛତ୍ରପୁର -୨୨/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ଅନଶ୍ଲୋ ଷ୍ଟାଡିୟମ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ମେଳା୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗ ଦେଇ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏନ ଏ ସି ଅଧକ୍ଷା ଶ୍ରମିଷ୍ଟା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନ ଧରି ଚାଲିବାକୁ ଥିବା ମେଳାରେ ଟ୍ରାକ୍ଟର, ପାଓ୍ବାରଟିଲର, ଧାନ ଅମଳ, ଧାନ ଋଆ,ମଞ୍ଜି ସଫା,ରୋଟାଭେଟର,ଘାସ ଛେଦନ, କୋଡାଖୁସା,ଘାସ କଟା,ଗାତ ଖୋଳା,ଧାନ କଳ, ମକା ଛଡା, ଡାଲି କଳ, ତେଲ କଳ, ମୁଢି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ବିକ୍ରି ସହ ପ୍ରଦର୍ଶନ କରାଯାଉଛି। ଏହା ସହ ଅଞ୍ଚଳର ଚାଷୀଙ୍କୁ ନେଇ କୃଷି ପାଠଶାଳା ମଧ୍ୟ ଅନୁଷ୍ଠିତ ହୋଇଛି।ଏହି ମେଳାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି,ବିଭିନ୍ନ ମହିଳା ଏସଏଚଜି ଗୋଷ୍ଠୀର ଉତ୍ପାଦନ ଦ୍ରବ୍ୟ ସମେତ ସରକାରଙ୍କ ବିଭିନ୍ନ ବିଭାଗର ୨୫ ଷ୍ଟଲ ମେଳାରେ ଖୋଲା ଯାଇଛି।ଏହି ଅବସରରେ କୃଷକଙ୍କୁ ରିହାତି ଦରରେ ଵିଭିନ ଉପକରଣ ପ୍ରଦାନ କରାଯାଇଥିଲା।