ଦୃବୃତ୍ତ ଙ୍କ ଟାର୍ଗେଟ ରେ ଶିବ ମନ୍ଦିର
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟରେ ବିରାଜମାନ ବାବା ଅଳେଶ୍ଵର ଶୈବ ପୀଠର ଦାନ ହୁଣ୍ଡି ରୁ ଲକ୍ଷାଧିକ ଟଙ୍କା ଚୋରି ହୋଯାଇଥିବା ନେଇ ଅଭିଯୋଗ ହୋଇଛି l ଏନେଇ ରମ୍ଭା ଥାନାରେ ମନ୍ଦିର ପରିଚାଳନା କମିଟି ତରଫରୁ ଲିଖିତ ଅଭିଯୋଗ କରାଯାଇଛି l ପ୍ରାପ୍ତ ସୂଚନା ଅନୁଯାୟୀ ମନ୍ଦିର ପୂଜକ ଗତକାଲି ମଙ୍ଗଳବାର 6 ଘଣ୍ଟ ସମୟରେ ମନ୍ଦିର କବାଟ ବନ୍ଦ କରି ପ୍ରତିନିନ ପରି ଘରକୁ ଯାଇଥିଲେ l ବୁଧବାର ଭୋର 5 ସମୟରେ ମନ୍ଦିର କୁ ଯିବାବେଳେ ମନ୍ଦିର ରେ ରହିଥିବା ଦାନ ହୁଣ୍ଡି ଭାଙ୍ଗାଯାଇ ସମସ୍ତ ଦାନ ଟଙ୍କା ଚୋରି ହୋଇଯାଇଥିବା ଜାଣିବା ପରେ ମନ୍ଦିର ପରିଚାଳନା କମିଟି କୁ
ଅବଗତ କରାଇଥିଲେ l ଏକ ବର୍ଷ ହେଲା ଦାନ ହୁଣ୍ଡି ଖୋଲା ଯାଇନଥିବା ବେଳେ ଆସନ୍ତା 22 ତାରିଖରେ ଦାନ ହୁଣ୍ଡି ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା l ଏକ ବର୍ଷ ହେଲା ହୁଣ୍ଡି ଖୋଲା ଯାଇନଥିବା ଯୋଗୁଁ ସେଥିରେ ଲକ୍ଷାଧିକ ଟଙ୍କା ରହିଥିଲା ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ଅନୁମାନ କରାଯାଇଛି l
ପ୍ରକାଶ ଥାଉକି ଏହା ପୂର୍ବରୁ ବୋରିଗାଁ ନିକଟରେ ରହିଥିବା ଝାଡ଼େଶ୍ଵର, କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ଵର ଓ ସର୍ତୁସୋଲ ଗ୍ରାମ ନିକଟସ୍ଥ ମୁକ୍ତେଶ୍ଵର ମନ୍ଦିର ଚୋରି କରି ପୋଲିସ ପ୍ରଶାସନ ଙ୍କୁ ଚାଲେଞ୍ଜ କରିଥିବା ବେଲେ ପୋଲିସ ପକ୍ଷରୁ ଖୋଲା ତଡା ଆରମ୍ଭ କରା ଯାଇଛି l ଉକ୍ତ ଚୋରି ଘଟଣାରେ ତିନିଜଣ ଙ୍କୁ ଗିରଫ କରାଯାଇଥିବା ଏସ ଡି ପି ଓ ଗୌର ହରି ସାହୁ ପ୍ରକାଶ କରିଛନ୍ତି l