November 22, 2024

ନୂଆଦିଲ୍ଲୀ ଚମକାଇଲା ଡକ୍ଟର ସ୍ଥିତଧୀ ରଥ ଙ୍କର ଚିତ୍ର

Share

 

ବୁଗୁଡା /୨୧/୧୧/ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ୧୨୫ ତମ ଜୟନ୍ତୀ କୁ ନୂଆଦିଲ୍ଲୀ ଠାରେ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ଧୂମଧାମ ରେ ପାଳନ କରାଯାଇଛି । ଏହି ଅବସରରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକର ଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ାରୁ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ର ଶିବିରପାଇଁ ନିମନ୍ତ୍ରିତ ହୋଇଛନ୍ତି । ଏହି ଚିତ୍ର ସମୂହ ର ପ୍ରଦର୍ଶନୀ କୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଧିବଧ ଭାବରେ ଉଦ୍ଘାଟନ ଆଜି କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ , ସାଂସଦ ଭର୍ତ୍ତୃହରି ମହତାବ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାବତ୍ତ ଅତିଥି ରୂପେ ଯୋଗ ଦେଇଥିଲେ । ଚିତ୍ରଶିଳ୍ପୀ ଡକ୍ଟର ରଥ ଙ୍କ ଦ୍ଵାରା ମହତାବ ଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଚିତ୍ର ” ଉତ୍କଳର କେଶରୀ” ସବୁଠାରୁ ଆକର୍ଷଣୀୟ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ , ସାଂସଦ ଭର୍ତ୍ତୃହରି ମହତାବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଚିତ୍ରର ବହୁ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥ ଙ୍କୁ ସମ୍ମାନିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶୀଖାଵତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀ ଙ୍କୁ ସ୍ୱାଗତ କରିଥିଲେ ।

You may have missed