ଆଜିର ଖବର…
୧-ବାରିପଦା: ଡ଼ିସେମ୍ବର ୩ରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ।
୨-ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ମୂଲ୍ୟ ପ୍ରତି ବିଦ୍ୟାର୍ଥୀ ପିଛା ୧ ଟଙ୍କା ବଢ଼ିଲା।
୩-ନାକଟିଦେଉଳରେ ଅଭାବନୀୟ ଘଟଣା, ବିଦ୍ୟୁତ୍ ଫାସରେ ୩ ହାତୀ ମୃତ।
୪-ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ।
୫-ଭୁବନେଶ୍ୱର:୪ ଦିନ ଯାଏଁ ଖସିବନି ଶୀତ ପ୍ରକୋପ,ଜି ଉଦୟଗିରିରେ ରାତି ତାପମାତ୍ରା ୭.୨ ଡିଗ୍ରୀ।
୬-ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
୭-ରାଜଧାନୀରେ ଟ୍ରାଫିକ ଯନ୍ତ୍ରଣା,ଘରୁ ବାହାରକୁ ଯିବାକୁ ଲାଗୁଛି ଡ଼ର।
୮-ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ, ୬୭ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ସୂଚନା।
୯-ସମୀର ଦେ’ଙ୍କ ଦେହାନ୍ତରେ ଗତ କାଲି ଦିନକ ପାଇଁ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା।
୧୦-ବାଲିଯାତ୍ରା ଅଘଟଣ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ।
୧୧-ଏମ୍ସ ଭୁବନେଶ୍ଵରରେ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର।୧୨୦ ମିନିଟ ଅର୍ଥାତ୍ ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତି ହେଲା ପୁନଃ ଜୀବିତ।
୧୨-ସମ୍ବଲପୁର ସଦର ପୋଲିସକୁ ପୁଣି ମିଳିଛି ବଡ ସଫଳତା।କଫ ସିରଫ ଜବତ,୨୦ ଅଭିଯୁକ୍ତ ଗିରଫ।
୧୩-ବାଙ୍ଗିରିପୋଷି : ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର।
୧୪-ଜାନୁଆରୀ ଶେଷସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।
୧୫-କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ।
୧୬-ଭିଜିଲାନ୍ସରେ ଜାଲରେ ଡିଜିଏମ ସୁବାଷ ଚନ୍ଦ୍ର ପଣ୍ଡା, ଘରୁ ମିଳିଲାଣି କେଜିଏରୁ ଅଧିକ ସୁନା, ରାଜଧାନୀରେ ପ୍ଲଟ୍-କୋଠା ଠାବ।
୧୭-ଭବାନୀପାଟଣା:ଧରାପଡ଼ିଲେ ଲାଞ୍ଚୁଆ ଡାକ୍ତର ଅଶୋକ ଦାସ , ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର।
୧୮-ଆମ୍ବ ଟାକୁଆ ଟ୍ରାଜେଡି: ଏସ୍ସିବିରେ ଆଖି ବୁଜିଲେ ଆଉ ଜଣେ।ମୃତକ ହେଉଛନ୍ତି ଜିତା ମାଝୀ
୧୯-ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ।
୨୦-ଚେନ୍ନଇ: ତାମିଲନାଡୁରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ।
୨୧-ଜି-୨୦ ଶିଖର ସମ୍ମିଳନୀରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ନୂଆଦିଲ୍ଲୀର ଜନହିତକର ନିଷ୍ପତ୍ତିକୁ ଆଗକୁ ବଢାଇଛି ବ୍ରାଜିଲ।
୨୨-ପ୍ରଦୂଷଣ ଯୋଗୁଁ ପାକିସ୍ତାନରେ ଲକଡାଉନ୍, ୩ ପ୍ରମୁଖ ସହରରେ AQI ସ୍ଥିତି ସଂଗୀନ।
୨୩-ରୁଷ-ୟୁକ୍ରେନ ଯୁଦ୍ଧରେ ନିଆଁ ଲଗାଉଛନ୍ତି ବାଇଡେନ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍ସ୍କିଙ୍କୁ ଦେଲେ ଅନୁମତି।
*🙏 ସୁପ୍ରଭାତ 🙏*