November 17, 2024

ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Share

ଖୋର୍ଦ୍ଧା–:(ପ୍ରିୟଙ୍କା ମହାପାତ୍ର) ଜ଼ିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା, ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓ. ୟୁ. ଜେ ), ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ( ଓ. ୟୁ. ଡବ୍ଲୁ. ଜେ ) ଏବଂ ଉତ୍କଳ ସାମ୍ବାଦିକ ସଙ୍ଘ (ୟୁ.ଜେ.ଏ) ଖୋର୍ଦ୍ଧା ଜ଼ିଲ୍ଲା ଶାଖା ପକ୍ଷରୁ ମିଳିତ ଭାବରେ ଜାତୀୟ ପ୍ରେସ ଦିବସ ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ପାଳିତ ହୋଇଯାଇଛି l ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ, ଖୋର୍ଦ୍ଧା, ପ୍ରତାପ ଚନ୍ଦ୍ର ବେଉରା, ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୀବନ୍ତ ଆଚାର୍ଯ୍ୟ,ଅବସରପ୍ରାପ୍ତ କର୍ଣ୍ଣେଲ ଅରୁଣ କୁମାର ରାଉତରାୟ,ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ,ସଞ୍ଜୟ ନାୟକ,ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ଜ଼ିଲ୍ଲା ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ l ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଜ଼ିଲ୍ଲା ପ୍ରେସ କ୍ଲବ ଗଠନ ର ଆଭିମୁଖ୍ୟ ଏବଂ ବିଗତ ଦିନରେ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କରାଯାଇଥିବା ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କ ରେ ସୂଚନା ଦେଇଥିଲେ l ଓ. ୟୁ. ଜେ. ସଭାପତି ଶ୍ରୀଯୁକ୍ତ ନାୟକ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ ର ମୁଖ୍ୟ ଉଦେଶ୍ୟ ଏବଂ ଜାତୀୟ ପ୍ରେସ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ମୁଖ୍ୟଅତିଥି ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବେଉରା ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବକ୍ତବ୍ୟ ରେ କହିଥିଲେ ” ଗଣତନ୍ତ୍ର ର ସୁରକ୍ଷା ତଥା ସ୍ୱଛତା କୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ, ଗଣମାଧ୍ୟମ ଗଣତାନ୍ତ୍ରିକରାଷ୍ଟ୍ର ର ଅନ୍ୟତମ ସ୍ତମ୍ଭ ଭାବରେ କାର୍ଯ୍ୟକରୁଥିବା ବେଳେ ବିଭିନ୍ନ ମିଡ଼ିଆ ହାଉସ ରେ କାର୍ଯ୍ୟକରୁଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଦର୍ପଣ ସଦୃଶ୍ୟ କାର୍ଯ୍ୟ କରନ୍ତି l ଯାହାର ରିପୋର୍ଟ ଏବଂ କାହାଣୀ ସମାଜ ର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥାଏ l ଗଣମାଧ୍ୟମ ଗୁଡିକ ସତ୍ୟ, ଉତ୍ତରଦାୟିତ୍ୱ ଏବଂ ନିର୍ଭିକ ସାମ୍ବାଦିକତା ପ୍ରତି ପ୍ରତିବଦ୍ଧତା ହେବା ଉଚିତ ବୋଲି ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ l ଜ଼ିଲ୍ଲାପ୍ରେସ କ୍ଲବସୂଚନା ପତ୍ରିକା ଟି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଜ଼ିଲ୍ଲା ପ୍ରେସ କ୍ଲବ ର ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ / ସଦସ୍ୟା ମାନଙ୍କୁ ମୁଖ୍ୟଅତିଥି ଦ୍ୱାରା ପରିଚୟପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ଉତ୍କଳସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l ଏହିଉପଲକ୍ଷେ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଵୃଦ୍ଧାଶ୍ରମ ଗୁଡିକ ରେ କ୍ଷୀର, ପାଉଁରୁଟି ଏବଂ ଫଳ ବଣ୍ଟନ କରାଯାଇଥିଲା l