ଚେଳିତୋଳ ବାଲିଯାତ୍ରାର ପ୍ରଥମ ସାଂସ୍କୃତିକ ସନ୍ଧ୍ୟାର ସଭା କୁ ଉଦଘାଟନ କଲେ ପଦ୍ମଶ୍ରୀ ବାବା ବଳିଆ l
ତିର୍ତ୍ତୋଲ ,ଗତ କିଛି ବର୍ଷ ହେବ ଚେଳିତୋଳ ବାଲିଯାତ୍ରା ବିବାଦୀୟ ଓ ଚର୍ଚ୍ଚିତ ହୋଇ ରହି ଆସୁଥିବା ବେଳେ ଚଳିତ ବର୍ଷ ପୁନର୍ବାର ତାହାକୁ ଦୋହରେଇ ଥିବାର ପରିଲକ୍ଷିତ ହୋଇଛି l ପୂର୍ବାହ୍ନ ସମୟରେ ବୋଇତ ବନ୍ଦାଣ ପାଇଁ ଯେମିତି ଦଳୀୟ କର୍ମି ଙ୍କୁ ନେଇ କାର୍ଯ୍ୟଟିକୁ ସାରିଦେଲେ l ସେମିତି ସାଂସ୍କୃତିକ ସନ୍ଧ୍ୟା ଆସରକୁ ଦଳୀୟ ନେତାଙ୍କୁ ନେଇ ବସେଇ ଦେଲେ l ଯଦିଓ ସଭା ମଞ୍ଚକୁ ପଦ୍ମଶ୍ରୀ ବାବା ବଳିଆ ଉଦଘାଟନ କରିଥିଲେ, ସରକାରୀ କାର୍ଯ୍ୟକ୍ରମ ହିସାବରେ ମଞ୍ଚ ପରିଚାଳିତ ହୋଇଥିବାର ଜଣାପଡ଼ୁ ନଥିଲା l ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ଜଗତସିଂହପୁର ର ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ ଉକ୍ତ ମଞ୍ଚରେ ଉପସ୍ଥିତ ନହେବା ଏବଂ ବ୍ଲକ କଂଗ୍ରେସ ଏହି ବାଲିଯାତ୍ରାର ମନମୁଖୀ ନୀତିକୁ ନାପସନ୍ଦ କରି ସମର୍ଥନ ନକରିବାର କିଛି ଗଣମାଧ୍ୟମରେ ପ୍ରଚାରିତ ହେବା ନିଶ୍ଚିତଭାବେ ରାଜନୈତିକ ଦ୍ଵନ୍ଦ କୁ ପଦାରେ ପକେଇ ଦେଇଥିବାର ଜଣା ପଡୁଛି l ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ତିର୍ତ୍ତୋଲ ସମିତିସଭ୍ୟ ପ୍ରବୀର ରାୟ, ଏରସମା ବାଲିକୁଦା ର ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ବିଜେଡି ର ଦଳୀୟ ନେତା ହୋଇଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଅନେକ ବିଦ୍ୱାନ ଗୁଣି ଜ୍ଞାନୀ ବ୍ୟକ୍ତିଙ୍କୁ ଅଣଦେଖା କରିବା ବାଲିଯାତ୍ରାର ଐତିହ୍ୟ କୁ କୁଠାରଘାତ କରି ଥିବାର ଚର୍ଚ୍ଚା ପଦାରେ ପଡି ସାରିଛି l ଅପରପକ୍ଷେ ଛପା ଯାଇଥିବା ନିମନ୍ତ୍ରଣ କାର୍ଡ ରେ କୌଣସି ମନ୍ତ୍ରୀ ଙ୍କୁ ସ୍ଥାନିତ କରାଯାଇ ନଥିବାର ଦେଖିବାକୁ ମିଳିଛି l ପ୍ରକାଶ ଥାଉ କି ତିର୍ତ୍ତୋଲ ବ୍ଲକର କିଛି ପଞ୍ଚାୟତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଧାୟକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ନାମ ବି ରଖାଯାଇନାହିଁ l ଚେଳିତୋଳ ବାଲିଯାତ୍ରା ଯେହେତୁ ସରକାରୀ କାର୍ଯ୍ୟକ୍ରମ, ସର୍ବଦଳୀୟ,ନିରପେକ୍ଷ ଭାବେ ପରିଚାଳନା କରାଯାଇଥିଲେ ଅତି ସୁନ୍ଦର ହୋଇ ପାରିଥାନ୍ତା ବୋଲି ସର୍ବସାଧାରଣ ରେ ଆଲୋଚନା ଚାଲିଛି l ସାଧାରଣରେ କୁହାକୁହି ହେଉଛନ୍ତି ଯେ ପ୍ରଥମ ସନ୍ଧ୍ୟା ର ଟ୍ରେଲର ସରିଲା, ଆଉ ଛଅ ଟି ସନ୍ଧ୍ୟାର ଫିଲିମ୍ ବାକି ଅଛି l ଇଏ ହେଇନି କିଛି, ଦେଖ ଆଗକୁ କଣ ହେଉଛି l
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର l