November 15, 2024

ବୀର ବିର୍ସା ମୁଣ୍ଡା ଙ୍କ ତମ ଜନ୍ମ ଜୟନ୍ତୀ, ବିଶାଳ ମୋଟର ସାଇକେଲ ଶୋଭଯାତ୍ରା 

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ମହାନ କ୍ରାନ୍ତିକାରୀ ଜନନାୟକ ଧରତୀ ଆବା ଭଗବାନ ବୀର ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ଭୁବନେଶ୍ୱର ର ସମ୍ବଲପୁର ଶାଖା ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ରେ ଏକ ବିଶାଳ ମୋଟର ସାଇକେଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ଅଇଁଠାପାଲି ରୁ ମୋଦିପଡା, ଲଷ୍ମୀ ଟକିଜ, ଅଶୋକା ଟକିଜ, ନେଲସନ ମଣ୍ଡେଲl ଛକ ଦେଇ ଦୁର୍ଗାପାଲି ପର୍ଯ୍ୟନ୍ତ ସଂଘଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ନୀଳାମ୍ବର ମହାନନ୍ଦ ମୁଖ୍ୟ ଅତିଥି ଓ ପ୍ରହଲ୍ଲାଦ ରୋହିଦାସ, ଅମର ତାଣ୍ଡିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ମୋଟର ସାଇକେଲ ଶୋଭା ଯାତ୍ରା କୁ ସାଗୁଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହାପରେ ଶୋଭା ଯାତ୍ରା ମୋଦି ପଡା ଛକ କୁ ଅଗ୍ରସର ହୋଇଥିଲା l ଏହି ପରିପ୍ରେଷି ରେ ମୋଦି ପଡା ସ୍ଥିତ ଭାରତ ରତ୍ନ ଡାକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା ଓ ଶୋଭାଯାତ୍ରl ଲଷ୍ମୀ ଟକିଜ, ଜେଲ ଛକ ନେଲସନ ମଣ୍ଡେଲl ଛକ ଦେଇ ଦୁର୍ଗାପାଲି କଲ୍ୟାଣ ଗୃହ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା l କଲ୍ୟାଣ ଗୃହ ଠାରେ ଆଦିବାସୀ ସଂଘ ତରଫରୁ ସଂଘ ର ସଭାପତି ତରଣୀସେନ ଖଡିଆ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଆଡ଼ଭୋକେଟ ଦିଲୀପ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ବିଭିନ୍ନ ଉଦାହରଣ ଦେଇ ଆମକୁ ଆଗକୁ ବଢିବାକୁ ହେଲେ ଅମର ଏକତା ନିହାତି ଦରକାର ବୋଲି ମତବ୍ୟକ୍ତ କରିଥଲେ l ସଭାରେ ସଂଗଠନ ର ସାଧାରଣ ସମ୍ପାଦକ ଯୁବରାଜ ଭୋଇ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜନାର୍ଦନ ବର୍ଗେ, ଯୁଧିଷ୍ଠିର ମାଝୀ, ଅକ୍ଷୟ କୁମାର ଭୋଇ ଏବଂ କର୍ମଚାରୀ ପରିଷଦ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧ୍ରୁବ ଚରଣ ରୋହିଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମକୁ ଇତିହାସ ଲେଖିବାକୁ ହେଲେ ଶିକ୍ଷିତ ହେବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ବସନ୍ତ କୋକବାଗ , ସଂଯୋଜନା କରିଥିବା ବେଳେ,ଲଳିତ ଖଡିଆ,ରାଜୁ ଖଡିଆ,ରମାକାନ୍ତ ଖଡିଆ,ଗୁଜୁ ଖଡିଆ,ଜୟ ଖଡିଆ,ସାଗର ମୁଣ୍ଡା,ଦେବହରି ଖଡିଆ,ରାମଚନ୍ଦ୍ର ଖଡିଆ ସୁରେନ୍ଦ୍ର ଓରାମ ଓ ଅନ୍ୟ ମାନେ ସହଯୋଗ କରିଥିଲେ l ଶେଷରେ ସଂଗଠନ ସମ୍ପାଦକ ବସନ୍ତ କୋକବାଗ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed