ଶ୍ରୀଜଗନ୍ନାଥ ଙ୍କ ସମ୍ପର୍କରେ ଚିତ୍ରକଳା ପ୍ରଦର୍ଶନୀ ଉଦଯାପନ ଦିଵସ
ପୁରୀ ୧୨/୧୧ ଆଜି ସନ୍ଧ୍ଯା ୫ ଟା ସମୟ ରେ ସଂସ୍କୃତି ଭବନ ସ୍ଥିତ ରିଜିଓନାଲ ଆର୍ଟ ଗ୍ୟାଲେରୀ ରେ ଶିଳ୍ପୀ ସନ୍ତୋଷ ସେଠୀ ଙ୍କ ଦ୍ଵାରା ପ୍ରସ୍ତୁତ ମୋ ମନର ଜଗନ୍ନାଥ ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇ ଥିଲା।
ଏହି କାର୍ୟ୍ଯକ୍ରମ ରେ USA ର ଶିଳ୍ପୀ ଆଦମ୍, ଆଶିଷ ପହୀ (ଆନ୍ତର୍ଜାତିକ Curator) ଅତିଥି ହିସାବରେ ଯୋଗଦାନ କରି ଥିଲେ ଏବଂ ଶିଳ୍ପୀ ସନ୍ତୋଷ ସେଠୀଙ୍କୁ ଉତ୍ସାହିତ କରିଥିଲେ।
ଆର୍ଟ ଗ୍ୟାଲେରୀ ତତ୍ତ୍ୱାବଧାରକ ସତ୍ୟ ପାଢ଼ୀ, ଅନ୍ୟାନ୍ୟ କଳାକାର ଓ ଦର୍ଶକ ଉପସ୍ଥିତ ଥିଲେ, ଏବଂ କିଛି ପର୍ୟଟକ ଜଗନ୍ନାଥଙ୍କ ଛବି କିଣି ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ