June 21, 2026

ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କର ପାଖରେ ପୂଜା ହେଲା ସମ୍ବଲପୁରୀ ଧନୁଯାତ୍ରା ର ପାଣ୍ଡୁଲିପି

IMG-20241114-WA0053
Share

 

ସମ୍ବଲପୁର:ସମ୍ବଲପୁରୀ ଭାଷା ଆନ୍ଦୋଳନ କୁ ଆହୁରି ମଜବୁତ ଓ ପ୍ରତିଷ୍ଠିତ କରିବା ଉଦ୍ୟେଶ୍ୟ ରେ ଗତବର୍ଷ ଆରମ୍ଭ କରାଯାଇଥିଲା ସମ୍ବଲପୁରୀ ଧନୁଯାତ୍ରା l ଏବର୍ଷ ପୁଣି ଧନୁଯାତ୍ରା କମିଟି ପକ୍ଷରୁ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଆସନ୍ତା ବର୍ଷ ଜାନୁଆରୀ ରୁ 19 ତାରିଖ ଯାଏ ସମ୍ବଲପୁର ରେ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ହେବବୋଲି ସମ୍ପାଦକ ଗୁଣରଞ୍ଜନ ସାଲିମା ସୂଚନା ପ୍ରଦାନ କରିଛନ୍ତି l

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ତଥା ଧନୁଯାତ୍ରା ଆୟୋଜନ କମିଟି ର ସଭାପତି ସଞ୍ଜୟ ବାବୁ ଙ୍କର ନେତୃତ୍ୱ ରେ ଆଜି ବବୁଲୁ ବାଗ ଙ୍କର ଦ୍ୱାରା ଲିଖିତ ସମ୍ବଲପୁରୀ ଧନୁଯାତ୍ରା ର ପାଣ୍ଡୁଲିପି କୁ ମାଁ ସମଲେଇ ଙ୍କର ପାଖରେ ପୂଜା ଅର୍ଚନା କରାଯାଇଛି l ଏହି ପୂଜା ଅର୍ଚନା ସମୟରେ କାର୍ଯ୍ୟକାରୀ ସଭାପତି କମଲ ଲୋଚନ ପଣ୍ଡା, ସମ୍ପାଦକ ଗୁଣରଞ୍ଜନ ସାଲିମା, ଲେଖକ / ନିର୍ଦେଶକ ବବୁଲୁ ବାଗ,ବରିଷ୍ଠ ସଭ୍ୟ ତଥା ଅଭିନେତା ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ l

ଗତ ବର୍ଷ ତୁଳନା ରେ ଏହି ବର୍ଷ ଆହୁରି ଆକର୍ଷଣୀୟ ଭାବେ ଆୟୋଜନ କରାଯିବ ବୋଲି ସଭାପତି ଶ୍ରୀ ବାବୁ କହିଛନ୍ତି l ଲେଖକ ଶ୍ରୀ ବାଗ ଏବର୍ଷ ଆହୁରି କିଛି ବିଶେଷ ବିଷୟକୁ ସାମିଲ କରାଯାଇଛି ବୋଲି କହିଥିଲେ l

ଆଜିର ଏହି ପାଣ୍ଡୁଲିପି ପୂଜା କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗେଶ ନନ୍ଦ, ସୌରୀ ନାରାୟଣ ପାଣିଗ୍ରାହୀ, ଶଙ୍କର ବେହେରା, ଲଳିତ ବେବର୍ତ୍ତା, ଲିଳିମା ବାଗ, ସୁରେଖା ସାହୁ, କୃଷ୍ଣ ଚନ୍ଦ୍ର ବାଗ, ଚୈତନ୍ୟ ନାୟକ, ଅନମୋଲ ଦାସ, ସନ୍ତୋଷ ରାୟଗୁରୁ, ଜୟକୃଷ୍ଣ ବେହେରା, ରାମଦାସ ପଣ୍ଡା, ବିପ୍ଳବ ଡନସନା, ଶ୍ରବଣ ପତି, ଘୁନୁ ଚରଣ ପାଢ଼ୀ ଓ କିଶୋର ଧରେଇ ପ୍ରମୁଖ ଉପସ୍ଥିତ ଥିଲେ।