ଲାଞ୍ଜିଗଡ଼ରେ J. M. F. C. କୋର୍ଟ ଉଦ୍ଘାଟିତ
ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଜେ. ଏମ. ଏଫ. ସି. କୋର୍ଟର ଉଦ୍ଘାଟନ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି l ଏହାକୁ କାର୍ଯ୍ୟକାରୀ କରିବା ପାଇଁ 2015 ରୁ ଓଡିଶା ହାଇକୋର୍ଟରୁ ଚିଠି ଆସିଥିଲେ ମଧ୍ୟ ବିଭିନ୍ନ ଆନୁସାଙ୍ଗିକ ଅସୁବିଧା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରି ନଥିଲା l ଶେଷରେ ସମସ୍ତ ବାଧା ବିଘ୍ନ ଦୂର ହୋଇ ତା. 12.11.2024ରିଖ ମଙ୍ଗଳବାର ଦିନ ଲାଞ୍ଜିଗଡ଼ରେ ଏହା ସାକାର ରୂପ ନେଲା l ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଚକ୍ରଧାରୀ ଶରଣ ସିଂ ଭରଚୁଆଲ ମୋଡ଼ରେ ଏହା ଉଦ୍ଘାଟନ କଲେ l ଉଦ୍ଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଜଜ ଅନୁପ ପଟ୍ଟନାୟକ ଉପସ୍ଥିତ ଥିଲେ l ଅନ୍ୟ ଅନେକ ଅଫିସରଙ୍କ ସହିତ ଏ ସମାରୋହରେ କାଳାହାଣ୍ଡି ଜିଲ୍ଲାର ବହୁ ଓକିଲ ଓ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ, ବୁଦ୍ଧିଜୀବି ବ୍ୟକ୍ତିଙ୍କ ସହିତ ବହୁ ଲୋକ ଉପସ୍ଥିତ ଥିଲେ l ଏହି ଦିନ କେତେକ କେଶର ମଧ୍ୟ ବିଚାରଣା କରାଗଲା ପୂର୍ବରୁ
ଲାଞ୍ଜିଗଡ଼ ଅଞ୍ଚଳର ଜନସାଧାରଣଙ୍କୁ ବିଭିନ୍ନ କେସ ପାଇଁ ବହୁ ଦୂର ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା l ସେ ଦୃଷ୍ଟିରୁ ବର୍ତ୍ତମାନ ଏ ଅଞ୍ଚଳର ଲୋକଙ୍କୁ ଆଉ ସେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି l ତେଣୁ ସମସ୍ତେ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର