April 19, 2025

କାଶୀନଗର ଏନ.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ନେଲେ ତ୍ରିନାଥ ସାହୁ

Share

 

 

 

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ରେ ତାଲିମ ନେବା ପାଇଁ ଯିବା ପରେ କାଶୀନଗର ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି. ଆମ ପ୍ରତିନିଧି ତାଙ୍କ ସହ ଯୋଗାଯୋଗ କରିବାରୁ କାଶୀନଗରର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ଵଛତା ରକ୍ଷା ଏ ସବୁ ମୌଳିକ କାର୍ଯ୍ୟକ୍ରମ ଗୁଡିକୁ ଅଧିକ ଗୁରତ୍ୱ ଦେଇ ସେ ସବୁ କିପରି ଲୋକଙ୍କ ନିକଟରେ ପହଂଚି ସେମାନେ ଯେପରି ଏ ସବୁ ମୌଳିକ ସୁବିଧାରୁ ବଞ୍ଚିତ ନ ହେବ ସେଥିପାଇଁ ଦୃଷ୍ଟି ଦିଆଯିବ ବୋଲି କହିଥିଲେ.