June 21, 2026

୫୨ତମ ଭକ୍ତଚରଣ ସ୍ମାରକୀ ସମାରୋହ ଉଦଘାଟିତ..

IMG-20241112-WA0058
Share

 

 

ରାଜ ସୁନାଖଳା, (ଉପାନ୍ତ ଖବର): ରଣପୁର ବ୍ଲକ୍ ରାଜ ସୁନାଖଳା ସ୍ଥାନୀୟ ଭକ୍ତଚରଣ କ୍ଳବ୍ ପରିସରରେ ଦ୍ଵିପଞ୍ଚାଶତ (୫୨ତମ) ସନ୍ଥ ବୈଷ୍ଣବ କବି ଭକ୍ତଚରଣ ସ୍ମାରକୀ ସମାରୋହ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଅଛି ।ଉଦଘାଟନୀ ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ସ୍ଥାନୀୟ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ସୋମବାର ଦିନ ପୂର୍ବାହ୍ନ ୬ଘଣ୍ଟିକ!ରେ ନଗର କୀର୍ତ୍ତନ, ମଂଗଳ ଆଳତି ଓ ନାମସଂକୀର୍ତ୍ତନ,, ଦେବାର୍ଚ୍ଚନ ହୋଇଥିଲା ।ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ମଥୁରା ମଙ୍ଗଳ କବିତା ଗାନ , କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା !ଅପରାହ୍ନରେ ରାଜସୁନାଖଳା କଲେଜ ଓଡ଼ିଆ ବିଭାଗର ପ୍ରାକ୍ତନ ଅଧ୍ୟାପକ ତଥା ପ୍ରବଚକ ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ଘଣ୍ଟିକ ସମୟରେ ଆୟୋଜିତ ସ୍ମାରକୀ ସଭାରେ ଡାକ୍ତର ରାଜେନ୍ଦ୍ର ନାଥ ମିଶ୍ର ଅଧକ୍ଷତା କରିଥିବାବେଳେ ମୁଖ୍ୟବକ୍ତା ଭାବେ ବାଙ୍କୋଇ କଲେଜର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ରଙ୍କନିଧି ବଳିୟାରସିଂହ ଓ ସଂମ୍ମାନିତ ଅତିଥିଭାବେ ରାଜସୁନାଖଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାଗିରଥି ପାଢ଼ୀ ପ୍ରମୁଖ ଯୋଗଦେଇ ସନ୍ଥ ବୈଷ୍ଟବ କବି ଭକ୍ତ ଚରଣଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭରମ୍ଭ କରିଥିଲେ ! ଶିକ୍ଷକ ପ୍ରଭାତ କୁମାର ପଣ୍ଡା ବେଦପାଠ ଗାନ କରିଥିଲେ,ପ୍ରାକ୍ତନ ଅଧ୍ୟାପକ ତଥା ପ୍ରବଚକ ରବୀନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ପରିଶେଷରେ କ୍ଳବର ସଭାପତି ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ ପ୍ରଧାନ ଭକ୍ତଚରଣ କ୍ଳବ ପାଠାଗାରର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମ୍ୟାଜିକସିଆନ ବିଜୟ କୁମାର ସାହୁଙ୍କ ଦ୍ୱାରା ମ୍ୟାଜିକ ସୋ ଦର୍ଶକମାନଙ୍କ ମନମୋହିଥିଲେ ! ଭକ୍ତଚରଣ କ୍ଳବ ପାଠାଗାରର ଉପଦେଷ୍ଟା ମଣ୍ଡଳୀ, ସ୍ମାରକୀ ସଂଯୋଜକ ଓ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।