ପଦ୍ମଶ୍ରୀ ବାବା ବାଲିଆ ଙ୍କ ଦ୍ୱାରା ମାଟିର ମହାକାବି ଶୁଦ୍ରମୁନି ଶାରଳା ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ..
ବାଲିକୁଦା ବ୍ଲକ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମାଟିର ମହାକାବି, ଓଡ଼ିଆ ମହାଭାରତ ର ରଚୟିତା ଶୁଦ୍ରମୁନି ଶାରଳା ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉଛବ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଙ୍କ ଦ୍ୱାରା ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି କୈଳାଶ ଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଶାରଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଡକ୍ଟର ପ୍ରଭାକର ସ୍ୱାଇଁ | ମୁଖ୍ୟ ବକ୍ତା ଡକ୍ଟର ବୈଜୟନ୍ତୀ ମିଶ୍ର | ସଂମ୍ମାନିତ ଅତିଥିଭାବେ ପଣ୍ଡିତ ଭାଗବତ ପଣ୍ଡା, ଡ଼ଃ ନିରଞ୍ଜନ ସାହୁ, ଉତ୍କଳ ସାହିତ୍ୟ ସମାଜ ଉପ ସଭାପତି ଜୀବନାନନ୍ଦ ଅଧିକାରୀ, ଅଧ୍ୟାପକ ସୁପ୍ରଭା ବାରିକ, ଗୌରାଙ୍ଗ ଚରଣ ରାଉତ ଭଗବତୀ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ମାଟିର ମହାକବି ଶାରଳା ଦାସ ଙ୍କ ନାମରେ ନାମିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ର ଅତିତ ଓ ଭବିଷ୍ୟତ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ମହାବିଦ୍ୟାଳୟ ଅଧକ୍ଷ୍ୟ ଅଜୟ କୁମାର ମୁଦୁଲି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଥିଲେ | ଏହି ଉପଲକ୍ଷେ ସୁନାମଧନ୍ୟ ଚିକିତ୍ସକ ଭାବେ ବିଶ୍ଵରଂଜନ ସ୍ୱାଇଁ | ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ ସଂଗ୍ରାମ କେଶରୀ ସାମଲ | ବେଦବିଦ ପଣ୍ଡିତ ବିଶ୍ୱ ରଞ୍ଜନ ଚଇନି | ବିଶିଷ୍ଟ ସଙ୍ଗୀତଜ୍ଞ ଡ଼ଃ ଅଭିନ୍ନ ସୁନ୍ଦର ରାଉତରାୟ ପ୍ରମୁଖ ଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ |
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ଜନ ସାଧାରଣ, ବୁଦ୍ଧିଜୀବୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )