ପିର ଜାହାନିଆଁ ବାଲିଯାତ୍ରା -୨୦୨୪ ପ୍ରସ୍ତୁତି ବୈଠକ
ଅସ୍ତରଙ୍ଗ, ୭/୧୧- -ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନିଆ ବେଳାଭୂମି ବାଲିଯାତ୍ରା ଓଡିଶା ର ଏକ ଅନନ୍ୟ ପର୍ବ । ଚଳିତ ବର୍ଷ ୧୫ ତାରିଖ ଶୁକ୍ରବାର ପବିତ୍ର ବୋଇତବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମା, ଅବସରରେ ଏହି ପ୍ରସିଦ୍ଧ ବାଲିଯାତ୍ରା ଚଳିତ ବର୍ଷ ୧୫ ଓ ୧୬ ତାରିଖ ୨ ଦିନ ଧରି ଅନୁଷ୍ଠିତ ହେବ l ଯାହାକୁ ନେଇ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାଏକ ଙ୍କ ସଭାପତିତ୍ୱ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ଉପାଧ୍ୟକ୍ଷ ଦୁଃର୍ଜ୍ଜୟ ମିଶ୍ର, ବିଡ଼ିଓ ସସ୍ମିତା ବେହେରା, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ନିମାପଡା ଏସଡିପିଓ ପ୍ରଭାତ ରଞ୍ଜନ ମଲ୍ଲିକ, ଅସ୍ତରଙ୍ଗ ଥାନା ସବଇନିସ୍ପେକ୍ଟର ଦୀପକ କୁମାର ସାମନ୍ତ ସିଂହାର, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ସ୍ୱାସ୍ଥ୍ୟ ବିଭାଗ, ବନାଞ୍ଚଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପରିମଳ ଓ ପାନୀୟ ଜଳ ବିଭାଗ, ବିଦ୍ୟୁତ ବିଭାଗ ର ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ବିଭାଗ ର କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । ଯେଉଁ ମାନେ ଯାତ୍ରା ପାଇଁ ଦୋକାନ ଦେବାକୁ ଚାହିଁବେ ସେମାନେ,ସରପଞ୍ଚ ଙ୍କ ସଙ୍ଗେ ଯୋଗା ଯୋଗ କରି ଜାଗା ସ୍କୋୟାର ଫୁଟ ୨ ଟଙ୍କା ଲେଖାରେ ନେଇ ପାରିବେ ବୋଲି ନିଷ୍ପତି ନିଆଗଲା । ଟ୍ରାଫିକ କଣ୍ଟ୍ରୋଲ,ସହ ଯେଉଁ ଗାଡ଼ି ସବୁ ଅସ୍ତରଙ୍ଗ ଠାରୁ ପାଟଳଦା ଦେଇ କଣମଣ ନଦୀ କୂଳ ପର୍ଯ୍ୟନ୍ତ ଆସିବେ ସେହି ଗାଡ଼ି ସବୁ ଫେରିବା ବେଳେ,ସେପଟେ ନ ଯାଇ,ନଦୀ କୂଳ ଠାରୁ ଲୁଣା ବନ୍ଧ ଓ ସୁନ୍ଦର୍ ଦେଇ ଅସ୍ତରଙ୍ଗ ଫେରିବେ ବୋଲି ନିଷ୍ପତି ନିଆଗଲା। ଦରିଆରେ ଯେପରି ଅଘଟଣ ନ ଘଟେ, ସେଥି ପ୍ରତି ଲାଇଫ ଗାର୍ଡ , ନୌକା ସହ ଅଗ୍ନି ଶ୍ରମ ବାହିନୀ ମୁତୟନ ହୋଇ ଦରିଆ ଉପରେ ନଜର ରଖିବେ । ପାନୀୟ ଜଳ ପାଇଁ ୫ ଗୋଟି ନୂତନ ଟିବଲ ବସାଜିବା ସହ,ଦୁଇ ଗୋଟି ପାଣି ଟ୍ୟାଙ୍କର ଲାଗିବ ବୋଲି ନିଷ୍ପତି ହୋଇଛି । ୧୫ ତାରିଖ ଶୁକ୍ରବାର ଓ ୧୬ ତାରିଖ ଶନିବାର ଏହି ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ ତାହାକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହିତ ମଣ୍ଡଳ ଉନ୍ନୟନ ଅଧିକାରୀ, ବ୍ଲକ ଅଧକ୍ଷା ଆଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ବିଭାଗ କିପରି ନିଜ ନିଜ ଦାୟିତ୍ୱ ରେ ସୁପରିଚାଳନା କରିବେ ସେଥିପାଇଁ ପରାମର୍ଶ କରିଥିଲେ l