November 15, 2024

ଭସାଣି ସରିଲା,ଘାଟବି ସଫେଇ କରିପାରିଲାନି ମହାନଗର ନିଗମ:ଛଟ ପୂଜା ପାଇଁ ହରଡ଼ଜୋର ଘାଟ ପ୍ରସ୍ତୁତ କଲେ ସ୍ବେଛାସେବୀ 

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଚଳିତବର୍ଷ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ସମୟରେ ଅନେକ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ, ହେଲେ ଷ୍ଟ୍ରିଟ ଲାଇଟ ର ମରାମତି ହେଉ କି ଗୋବିନ୍ଦତୋଳା ଭସାଣି ଘାଟ ର ସଫେଇ ଓ ପ୍ରସ୍ତୁତି କରିପାରିଲା ନାହିଁ ସମ୍ବଲପୁର ମହାନଗର ନିଗମ l ଆଜି ବିହାରୀ ଓ ଉତ୍ତର ଭାରତର ଅଧିବାସୀ ମାନଙ୍କର ଛଟ ପୂଜା l ଗୋବିନ୍ଦତୋଳା ସ୍ଥିତହରଡ଼ଜୋର ନଦୀ ଘାଟ ରେ ଧନୁପାଲି, ଗୋବିନ୍ଦତୋଳା, ପୁଟିବନ୍ଧ, ଭତରା ଓ କୁଳୁଥକାନୀ ଅଂଚଳର ଶତାଧିକ ପରିବାର ଲୋକେ ସୂର୍ଯ୍ୟ ଦେବ ଙ୍କୁ ପୂଜାପାଠ କରି ନଦୀ ପାଣିରେ ଗାଧୋଇ ଥାନ୍ତି l ହେଲେ ଦୁର୍ଭାଗ୍ୟ ର ବିଷୟ ଏହି ଯେ ଛଟ ପୂଜା ଆସିଯାଇଛି ହେଲେ ହରଡ଼ଜୋର ନଦୀ ଘାଟ ର ସାଫସଫେଇ ମୋଟେ କିଛି ହୋଇନାହିଁ l ଧନୁପାଲି ର ସ୍ବେଛାସେବୀ ପାପ୍ପୁ ପ୍ରସାଦ ଏବଂ କିଛି ସାଥି ମିଳିମିଶି ଏହି ନଦୀଘାଟ କୁ ସଫେଇ କରିବା ସହ ବ୍ଲିଚିଙ୍ଗ ପାଉଡର ଛିଞ୍ଚନ କରିଛନ୍ତି l କେବଳ ସେତିକି ନୁହେଁ ନଦୀ ଘାଟ ର ପାଣି ଭିତରେ ଥିବା ବୋତଲ ଓ ପଥର ଖଣ୍ଡ କୁ ପାଣିରୁ ବାହାର କରିଛନ୍ତି l ଯାହାକି ସମ୍ୱଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ନିୟମିତ ଭାବରେ କରିବା କଥା l

ଏହି ସମ୍ପର୍କ ରେ ସ୍ବେଛାସେବୀ ପାପ୍ପୁ ପ୍ରସାଦ କୁ ପଚାରିବାରୁ, ସେ କହିଲେ ଯେ ଆଜି ସଫେଇ କାର୍ଯ୍ୟ ଆଜିର ନୁହେଁ, ଦୀର୍ଘ 4/5 ବର୍ଷ ହେଲା ଛଟ ପୂଜା ସମୟରେ ସେ ଆଉ କିଛି ସ୍ବେଛାସେବୀ ଙ୍କର ସାଥିରେ ସଫେଇ କାର୍ଯ୍ୟ ତୁଲେଇଥାନ୍ତି l

ଶ୍ରୀ ପ୍ରସାଦ ଦୁଃଖ ପ୍ରକାଶ କରିଥିଲେ ଯେ, ପ୍ରତିବର୍ଷ ଆମେ ଏହି ଅଂଚଳ ର ଶତାଧିକ ପରିବାର ଗାଧୋଇବା ସହ ପୂଜାର୍ଚନା କରିଥାନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ କି ପୌର ପ୍ରଶାସନ ଏହି କାର୍ଯ୍ୟ କୁ ନଜରଅନ୍ଦାଜ କରିଆସୁଛି l ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ଗୋବିନ୍ଦତୋଳା, ଧନୁପାଲି ଅଂଚଳ ର ଘର ଗୁଡିକର ନାଳ ନର୍ଦମା ପାଣି ସିଧା ସଳଖ ନଦୀ ରେ ପଡୁଥିବା ଯୋଗୁଁ ପାଣି ଦୂଷିତ ହୋଇଗଲାଣି l ତେଣୁ, ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଇ ପାରିନଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇ ଆଜି ସାମାଜିକ କର୍ମୀ ଦେଖାଇଛନ୍ତି ନିଜର ମହତ୍ୱପୂର୍ଣ୍ଣ ଦାୟିତ୍ୱ।