କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଗୈ।ରୀଶଙ୍କର ମନ୍ଦିରରେ ମହିଳାଙ୍କ ସେବା
ଛତ୍ରପୁର -୬/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ଲାଇନ ସାହି ସ୍ଥିତ ଶ୍ରୀ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଦୀପକୁଣ୍ଡରେ ସ୍ଥାନୀୟବାସିନ୍ଦା ଶ୍ରୀମତୀ ସୁନୀତା ଶତପଥୀ ପ୍ରତିଦିନ ଝୋଟି ପକାଇ ସେବାଦାନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ନିମିତ୍ତ ଦୀପପ୍ରଜ୍ଜଳନ ସକାଶେ ଏକ ଦୀପକୁଣ୍ଡଟିଏ ନିର୍ମାଣ କରାଯାଇଛି, ଯେଉଁଥିରେ ନିୟମିତ ଭକ୍ତ ମାସିକ ରସିଦ ଅନୁଯାୟୀ ଦୀପ ଲଗାନ୍ତି। ଶ୍ରୀମତୀ ଶତପଥୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବା ସତ୍ତ୍ବେ ଝୋଟି, ରଙ୍ଗୋଲି, ଆର୍ଟ୍, ସଂଗୀତ ଓ କଳା ଉପରେ ତାଙ୍କର ବିଶେଷ ଇଚ୍ଛାଥିବା ହେତୁ ଏହିକାର୍ଯ୍ୟ ମାଧ୍ୟମରେ ମନ୍ଦିରର ସ୍ବଳ୍ପ ସେବା କରିବାର ସୁଯୋଗ ପାଇଥିବାରୁ ସେ ମନ୍ଦିରକମିଟିକୁ ପ୍ରଥମେ ସାଧୁବାଦ ଜଣାଇଛନ୍ତି। ନିଜ ବକ୍ତବ୍ୟରେ ଆଜିକୁ ପ୍ରାୟ ୧୫ବର୍ଷ ଧରି ସ୍ବଇଚ୍ଛାନୁସାରେ ଉକ୍ତମନ୍ଦିରରେ ଏହି ମାସରେ ନିଜର ଶ୍ରମଦାନ କରିଆସୁଥିବା କହିବା ସହ ଶ୍ରୀ ଗୈ।ରୀଶଙ୍କରଙ୍କ ନିକଟରେ ଜଗତର ମଙ୍ଗଳକାମନା କରିଛନ୍ତି। ଅନ୍ୟାର୍ଥେ ମୁଖ୍ୟତଃ ସନାତନ ଧର୍ମାନୁଯାୟୀ ଭଗବାନଙ୍କ ପ୍ରତି ହବିଷିଆଳୀ ମାନଙ୍କ ଉତ୍ସାହ ଓ ଭକ୍ତଙ୍କ ଭାବାବେଗ ସଦାବେଳେ ଦୀପପ୍ରଜ୍ବଳନରେ ସନ୍ତୁଷ୍ଟ ଥାଏ, ଏଣୁ ମନ୍ଦିର କମିଟି ଦ୍ବାରା ଆୟୋଜିତ ସୁସଜ୍ଜିତ ଦୀପକୁଣ୍ଡରେ ଭକ୍ତମାନେ ବହୁଆଗ୍ରହ ସହ ସମୂହଦୀପ ଲଗାଉଥିବାର ଦେଖିବାକୁ ମିଳିଛି।