ପ୍ଲାଷ୍ଟିକ କ୍ରେଟ ବିତରଣ କାର୍ଯ୍ୟକ୍ରମ.
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢାମଣା ହାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଟକୁହୁଡି ଗାଁ ରେ ଥିବା ଉଦ୍ୟାନ ବିଭାଗରେ ପ୍ଲାଷ୍ଟିକ କ୍ରେଟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା ଯୋଗ ଦେଇ ଆଳୁ, ଲେମ୍ବୁ. ଆମ୍ବ. ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଚାଷ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ. ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀ ବିଜୟ କୁମାର ମାହୁନ୍ତ ସମସ୍ତ ବିହନ ର ରିହାତି ଏବଂ ସଂରକ୍ଷଣ ବିଷୟ ରେ ଆଲୋକ ପାତ କରିଥିବା ଜଣାଯାଇଛି.ଆଳୁ ବିହନ ମଧ୍ୟ ରିହାତି ଦର ରେ ପ୍ରଦାନ କରା ଯାଇଥିଲା.
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କମଳା ଭତରା. ଉପାଧ୍ୟାକ୍ଷ ଶ୍ରୀ ତପନ ପାଣିଗ୍ରାହୀ. ସରପଞ୍ଚ ଶ୍ରୀମତୀ ଦିନମଣି ରନ୍ଧାରୀ. ଡ଼ ବିଶ୍ୱଜିତ ଡ଼ ସତ୍ୟବ୍ରତ ସାମନ୍ତ. ମହମ୍ମଦ ସଲିମ.ଶ୍ରୀ ସୀତାରାମ ନାୟକ, ଶ୍ରୀ ଗୁପ୍ତ ଚନ୍ଦ୍ର ମାଝୀ.ଲଖମଣ ରାଉଳ. ବିଜୟ କୁମାର ମଲିକ ଙ୍କ ସମେତ ଏମ ବି କେ. ସି ଆର ପି. କୃଷି ମିତ୍ର ଙ୍କ ସମେତ ଦୁଇ ସହ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଯୋଗ ଦେଇଥିବାର ଜଣା ଯାଇଛି. ରାଜ୍ୟ ଯୋଜନା ରେ ଅମଳ ପରବର୍ତ୍ତୀ ଯତ୍ନ ପାଇଁ ରିହାତି ଦର ରେ ପ୍ଲାଷ୍ଟିକ କ୍ରେଟ ବିତରଣ କରାଯାଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.