June 21, 2026

ଖୋର୍ଦ୍ଧା ସଦର ଥାନା ଅଞ୍ଚଳରୁ ୨୦ ଗ୍ରାମ ଧଳା ଜହର ସହିତ ଜଣେ ଗିରଫ 

IMG-20241106-WA0014
Share

 

ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ୨୦ ଗ୍ରାମ ଇ ବ୍ରାଉନ ସୁଗାର ଆଦର୍ଶ ଥାନା ପକ୍ଷରୁ ଜବତ ହୋଇଥିବା ବେଳେ ଜଣେ ଆସାମୀ ଗିରଫ କରିବାକୁ ସକ୍ଷମ ହେଇଛିନ୍ତି । ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହୋଇଥିବା ଜଣାପଡିଛି । ପ୍ରକାଶ ଯେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରି ସଞ୍ଜୟ ନାୟକ ସବ୍ଇନସିପେକ୍ଟର ପିକେ ପରିଡ଼ା, ଚର୍ତୁଭୁଜ ସେଠି ପ୍ରମୁଖ ବୁଢି ବଗିଚା ନିକଟରେ ଥିବା ଏକ ସ୍କୁଲ ପାଖରୁ ଆସାମି ସହ ବ୍ରାଉନ ସୁଗାର ଜବତ କରିଥିଲେ ଥାନା କେସ ନମ୍ବର ୪୧୩ ଏକ ମାମଲା ରୁଜୁ କରି ଆସାମି କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

 

ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ର ଙ୍କ ରିପୋର୍ଟ ଉପାନ୍ତ ଖବର