June 21, 2026

ୱାର୍ଡ ନଂ ଦୁଇ ରେ ବାଣ ଫୁଟାଉଥିବା ସମୟରେ ଦୁଇଟି ଘରେ ନିଆଁ.

IMG-20241105-WA0045
Share

 

କାଶୀନଗର (ଅନନ୍ତ ଆପଟ )

ତା 5/11/24

 

କାଶୀନଗର ୱାର୍ଡ ନମ୍ବର ଦୁଇ ରେ ଆଜି ଯେ ହେତୁ ନାଗୁଣୀ ଚଉଠି ସେଥିପାଇଁ ସାହିର କିଛି ବାସିନ୍ଦା ଖୁସି ମନେଇବା ପାଇଁ ବାଣ ଫୁଟେଇଥିଲେ. ଏହି ବାଣ ଫୁଟଉବା ସମୟରେ ଏ.ନାଗେୟ ଓ ଏସ. ବାଲେୟ ଙ୍କ ଏପରି ଦୁଇଟି ଘରେ ବାଣ ର ନିଆଁ ପଡି ପୋଡି ଯାଇଥିବା ସୂଚନା ମିଳିଛି. ସୂଚନା ପାଇ କାଶୀନଗର ଦମକଳ ବାହିନୀ ତୁରନ୍ତ ସେଠାକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ. ଏହି ଖବର ପାଇବା ପରେ ବିପନ୍ନ ଙ୍କୁ ସହାୟତା କରିବା ପାଇଁ ସ୍ଥାନୀୟ ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ ଙ୍କ ନିର୍ଦେଶ ରେ ସ୍ଥାନୀୟ ରାଜସ୍ବ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ସାହାଯ୍ୟ କରିଥିଲେ.