November 15, 2024

ପ୍ରାକ୍ତନ କାଉନସିଲର ରଜନୀ କୁମାରୀ ଦାସଙ୍କ ପରଲୋକ 

Share

 

ବୁଗୁଡା : ତା ୨୭/୧୦/୨୪ : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାଉନସିଲର ରଜନୀ କୁମାରୀ ଦାସ(୭୭)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ସାଙ୍ଗକୁ ଶଯ୍ଯାଶାୟୀ ଥିଲେ । ଗତ ଶନିବାର ରାତି ଦଶଟା କୋଡିଏ ମିନିଟ୍ ସମୟରେ ସେ ତାଙ୍କର ନବଗୁଞ୍ଜର ସାହିସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ଯୁ ବେଳକୁ ତାଙ୍କ ନିକଟରେ ପୁଅ, ବୋହୁ, ଝିଅ, ନାତି, ନାତୁଣୀ ସଭିଏଁ ଉପସ୍ଥିତ ରହିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ ଏବଂ ଗତ ୧୯୯୨ରୁ ୫ ବର୍ଷ ପର୍ଯ୍ୟନ୍ତ ବୁଗୁଡା ଏନ୍ଏସିର କାଉନସିଲର ରହିଥିଲେ।