April 27, 2026

ଆମ ସମସ୍ତଙ୍କୁ ଗ୍ରାସକରିଛି ମୋବାଇଲ୍। 

IMG-20241018-WA0011
Share

 

 

ବୋଲଗଡ଼,(ଉପାନ୍ତ ଖବର) :ବର୍ତ୍ତମାନ ସମୟରେ ଛୋଟ ପିଲାମାନଙ୍କ ଠାରୁ ଧରି ବୟଷ୍କ ମାନଙ୍କ ପର୍ଯ୍ୟନ୍ତ ସକାଳୁ ନିଦରୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ହାତରେ କିଛି ଥାଉକି ନଥାଉ ସ୍ମାଟମୋବାଇଲ ପାଖରେ ନିଶ୍ଚିତ ରୂପେ ରହିଥିବ। ମୋବାଇଲ ବିନା ଜୀବନର ଗାଡି଼ ଗଡି଼ବା ଏକ ପ୍ରକାର ର ଅସମ୍ଭବ ହୋଇ ପଡିଛି।

 

ପୃଥିବୀର କୋଣ ଅନୁକୋଣ ସହ ସମ୍ପର୍କ ସ୍ଥାପନ କରିବାସହ ପ୍ରତେକ ମୁହୂର୍ତ୍ତ ରେ ଟିକିନିଖି ଖବର ଠାରୁ ଆରମ୍ଭ କରି ଘର, ପରିବାର ବନ୍ଧୁ ବାନ୍ଧବ, ପାଠପଢା, ଚାକିରି ଆଦିରେ ମୋବାଇଲ ସାଜିଛି ପ୍ରକୃତବନ୍ଧୁ। ଏପରିକି ଭଲବନ୍ଧୁଟିଏ ଖୋଜିବା ଠାରୁ ଆରମ୍ଭକରି ସମୟ ଅତିବାହିତ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ମାଡିବସିଛି ଏହି ମୋବାଇଲ। ଏହି ଯନ୍ତ୍ର ମାଧ୍ୟମରେ ଆମେ କେବଳ ଯୋଗ କରିଥାଉ ତାନୁହେଁ ଏହା ଦ୍ୱିପାକ୍ଷିକ ନିଜନିଜର ସ୍ୱତନ୍ତ୍ରତା ତିଆରି କରିପାରିବେ,ଅନେକ ଏହାକୁ ବ୍ୟବହାର କରି ନିଜର ରୋଜଗାର ଛଡା ଦୂରଦୂରାନ୍ତ କୁ ଯୋଗା ଯୋଗ କରିପାରୁଛନ୍ତି। ଏପରିକି ନିଜେ ନିଜର ଖବର କରିପାରୁଛନ୍ତି,ଯାହା ସାଧାରଣ ଭାବରେ କାଗଜରେ ପ୍ରକାଶିତ ହେଉନଥିବା କୁହାଯାଏ।

 

କିନ୍ତୁ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ବ୍ୟବହାର ଯୋଗୁଁ ବହୁ ବହୁ ମାରାତ୍ମକ ରୋଗରେ ସିକାର ହେବାକୁ ପଡ଼ୁଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇପାରିଛି।

 

କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ ରୁ ଅନେକ ଲାଭଦାୟକ ହୋଇଥିବା ସ୍ୱତେ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ଭୟଙ୍କର ବିପଦ ସୃଷ୍ଟି କରୁଥିବାର ପରିଲକ୍ଷିତ ହୋଇଛି। ଏପରିକି ଛୋଟ ପିଲାମାନଙ୍କ କ୍ଷେତ୍ରରେ ଦେଖିବାକୁ ଗଲେ ଖାଇବା ଥାଳିପାଖରେ, ପଢିବା ସମୟରେ, ଅଝଟ ହେବା ସମୟରେ ମୋବାଇଲ ଖଣ୍ଡେ ଧରେଇ ଦେଲେ ଭୋକ ଶୋଷ ରାଗ ସ୍ୱାଭାବିକ ହୋଇଯାଏ ପିଲାମାନଙ୍କର। ଯାହା ଫଳରେ ପରିବାର ର ମା ବାପା ମାନେ ଟେନସନ ଫ୍ରି ହୋଇଯାନ୍ତି। ସେହିପରି ଯୁବପିଢ଼ି ଠାରୁ ଆରମ୍ଭ କରି ବୟଷ୍କ ପର୍ଯ୍ୟନ୍ତ ସ୍ମାଟ ମୋବାଇଲ୍ ରେ ମସଗୁଲ, ଥରେ ମୋବାଇଲ ସ୍କ୍ରୀନ ଉପରେ ଆଙ୍ଗୁଠି ବାଜିଗଲେ ଭୋକ ଶୋଷ ଭୁଲି ଯାଇଥାନ୍ତି, କିଏ ପାଠ ପଢୁଛି କହୁଛି ତ କିଏ ସୋସିଆଲ ମିଡ଼ିଆରେ ଗେମ ଖେଳିବା ରେ ବ୍ୟସ୍ତ ଏପରିକି ଏମିତି ପରିସ୍ଥିତି ହେଲାଣି ଚାଲିଲାବେଳେ, ବସିଲାବେଳେ, ଖାଇଲାବେଳେ, ପଢିଲାବେଳେ, ବୁଲିଲାବେଳେ, କଥା ହେଲାବେଳେ, ଠାକୁର ଦର୍ଶନ ବେଳେ, ଶୋଇଲାବେଳେ, ଏପରିକି ଲାର୍ଟ୍ରିନ ଗଲାବେଳେ ମଧ୍ୟ ହାତରେ ମୋବାଇଲ୍ ରହୁଛି। ଏମିତି ସମୟ ନଆସୁ ଶବ ପଡିଥିବ ଆଉ ସମସ୍ତେ ବ୍ୟସ୍ତ ରହିଥିବେ ମୋବାଇଲ ରେ,

 

ମୋବାଇଲ ପରି ଗୋଟିଏ ଯନ୍ତ୍ର ନିର୍ମାଣ କରାଯାଇଥିଲା ମଣିଷର ଜୀବନ ଶୈଳୀକୁ ସୁବିଧା ଯୋଗାଇ ଦେବାକୁ, କିନ୍ତୁ ଆଜିର ମଣିଷକୁ ଏହି ସାମାନ୍ୟ ଯନ୍ତ୍ରଟି ସମ୍ପୂର୍ଣ୍ଣ ରୂପେ କବଳିତ କରିଛି। ଆଜିର ମଣିଷ ସମ୍ପର୍କ ଭୁଲିଯାଇଛଛି, ସ୍ନେହ, ମମତା,ଆଦର,ସନ୍ମାନ,ଭଲପାଇବା ଏସବୁର ମହତ୍ତ୍ୱ ମୋବାଇଲ୍ ଖାଇଦେଉଛି ଏପରିକି ବ୍ୟକ୍ତି କୈନ୍ଦ୍ରିକ ମଧ୍ୟ ହୋଇଯାଇଛି ।

 

ବର୍ତ୍ତମାନ ବି ସମୟ ଅଛି ସଚେତନତା ହେବାପାଇଁ ଖାସ୍ କରି ବାପା ମା,ମୋବାଇଲ ଅପେକ୍ଷା ନିଜ ପିଲାଙ୍କୁ ବେଶି ସମୟ ଦିଅନ୍ତୁ,ନଚେତ ଛୁଆ ମାନେ ବି କମପ୍ଳାନ,ସେରିଗ୍ରୋ ଓ ସେରେଲାକ ଖାଉ ଖାଉ ମୋବାଇଲ ଦେଖି ଦେଖି ମା ବାପା ଙ୍କ ଅପେକ୍ଷା ମୋବାଇଲ କୁ ହିଁ ମା ବାପା ଭାବିବେ। ପରିଶେଷରେ ଏତିକି କୁହାଯାଇପାରେ ସଚେତନ ହୁଅନ୍ତୁ ନିଜ ଲୋକ ମାନଙ୍କ ସହିତ ସମୟ ଦିଅନ୍ତୁ।

You may have missed